ଜାମ୍ମୁ କାଶ୍ମୀରରେ ୪.୩ ତୀବ୍ରତା ଭୂକମ୍ପ ଅନୁଭୂତ

କିଛି ଦିନର ବ୍ୟବଧାନ ପରେ ପୁଣି ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ତେବେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିବାର ଜଣାପଡ଼ିଛି। ଆଜି ସକାଳ ୧୦ଟା ୧୪ ମିନିଟ୍ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଏହି ଅଘଟଣରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏହାପୂର୍ବରୁ ଗତ ସୋମବାର ଜାମ୍ମୁ କାଶ୍ମୀରର ଲେହ ନିକଟରେ ଭୂକମ୍ପ ଝଟକା ଲାଗିଥିଲା ।
Comments (0)