ବେଆଇନ ଅର୍ଥ କାରବାର ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ନୋରା ଫତେହିଙ୍କୁ ED ସମନ

ବେଆଇନ ଅର୍ଥ କାରବାର ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ନୋରା ଫତେହିଙ୍କୁ ED ସମନ

ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ନୋରା ଫତେହିଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ ପଚରାଉଚରା ପାଇଁ ଦୁଇ ଷ୍ଟାରଙ୍କୁ ସମନ ଜାରି କରିଛି ଇଡି । ତେବେ ସମନ ପାଇ ପ୍ରବର୍ତ୍ତନ ନିର୍ଦେଶାଳୟରେ ଆଜି ହାଜର ହୋଇଛନ୍ତି ନୋରା ଫତେହି କାଲି ଜେରା ପାଇଁ ହାଜର ହେବେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ । ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସେମାନଙ୍କୁ ସମନ କରାଯାଇଥିବା କୁହାଯାଉଛି । ଏହି ୨୦୦ କୋଟି ଟଙ୍କା ବେଆଇନ କାରବାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସହ ଉଭୟଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।ସୂଚନାଯୋଗ୍ୟ ଯେ ସୁକେଶ ଚନ୍ଦ୍ରଶେଖରଙ୍କୁ ପୋଲିସ କିଛି ମାସ ତଳେ ଗିରଫ କରିଥିଲା। ସୁକେଶ ଜେଲରେ ରହୁ ୨୦୦ କୋଟି ଟଙ୍କା ଆସିଲିର ଏକ ବଡ ରାକେଟ ଚଲାଇଥିବା ଅଭିଯୋଗ ହୋଇଛି। ଜେଲରେ ରହି ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୫୦ କୋଟି ଟଙ୍କା ମାଗିଥିଲେ ସୁକେଶ। ଏହି ମାମଲାର ସୁରାକ ପାଇଁ ଯେତେବେଳେ ପୋଲିସ ଜେଲ ଉପରେ ଚଢାଉ କରିଥିଲା, ସେତେବେଳେ ସୁକେଶଙ୍କ ସେଲରୁ ୨ ଟି ମୋବାଇଲ୍ ଫୋନ୍ ମଧ୍ୟ ପାଇଥିଲା ପୋଲିସ। ପୂର୍ବରୁ ଜ୍ୟାକ୍‌ଲିନଙ୍କୁ ମଧ୍ୟ ଏହି ଘଟଣାରେ ପଚରା ଉଚରା କରାଯିବା ସହ ତାଙ୍କ ବୟାନ ରେକର୍ଡ ହୋଇଛି।