ଅନୀଲ ଦେଶମୁଖଙ୍କ ନାଁରେ ଇଡିର ଲୁକଆଉଟ ନୋଟିସ

ଅନୀଲ ଦେଶମୁଖଙ୍କ ନାଁରେ ଇଡିର ଲୁକଆଉଟ ନୋଟିସ

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଲୁକଆଉଟ ନୋଟିସ ଜାରୀ କରିଛି । ବିନା ଅନୁମତିରେ ଏବେ ସେ ଆଉ ଭାରତ ଛାଡିପାରିବେ ନାହିଁ । ମନି ଲଣ୍ଡ୍ରଂ ମାମଲାରେ ତାଙ୍କୁ ବାରମ୍ବାର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ । ଫଳରେ ଇଡି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ଇଡି ବିରୋଧରେ ଅନୀଲ ଦେଶମୁଖ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳି ନ ଥିଲା । ସେ ଗୃହମନ୍ତ୍ରୀ ଥିବା ବେଳେ ପୋଲିସ କମିଶନର ପରମବୀର ସିଂଙ୍କ ନାଁରେ ୧୦୦ କୋଟି ଟଙ୍କାର ବଟି ଆଦାୟ କରିଥିଲେ । ଏବେ ଏହି ଘଟଣାର ତଦନ୍ତ ସିବିଆଇ ଏବଂ ଇଡି କରୁଛନ୍ତି ।