Friday, March 20, 2026
28.2 C
Odisha

    ବଡ଼ଭାଇର ମାଡ଼ରେ ସାନର ମୃତ୍ୟୁ

    ଆଗକୁ ପଢନ୍ତୁ

    ଗୁରୁଡ଼ିଝାଟିଆ: କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତର ଖିରିଖିଆ ଗ୍ରାମରେ ବଡ଼ଭାଇର ମାଡ଼ରେ ସାନଭାଇର ମୃତ୍ୟୁ  ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    ସୂଚନାଥାଉକି, ଏହି ଗ୍ରାମର ବେହେରା ବଦରା ଓ ସରୋଜ ବଦରା ଦୁଇ ଭାଇ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବହୁଦିନ ଧରି ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା । କୌଣସି କାରଣରୁ ବଡ଼ଭାଇ ବେହେରା ଓ ସାନଭାଇ ସରୋଜ ମଧ୍ୟରେ କଥା କଟାକଟିକୁ ନେଇ ଗଣ୍ଡଗୋଳ ହେବାରୁ ବଡ଼ଭାଇ ବେହେରା ଉତ୍ତ୍ୟକ୍ତ ହୋଇ ଏକ ଫାଉଡ଼ା ସାହାଯ୍ୟରେ ସାନଭାଇ ସରୋଜକୁ ପିଟିପିଟି ମାରିଦେଇଥିଲା। ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ଖିରିଖିଆ ଗ୍ରାମରେ ।  ଖବର ପାଇ କଟକ ଗ୍ରାମାଞ୍ଚଳ ଏସ୍ଏପି ପ୍ରତୀକ ସିଂ, ଚୌଦ୍ୱାର ଏସ୍ଡିପିଓ ଉମାକାନ୍ତ ନାୟକ, ଗୁରୁଡ଼ିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତି, ଏସ୍ଆଇ ପୂର୍ଣ୍ଣମୟୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ବେହେରାକୁ ଗିରଫ କରିବା ମୃତଶରୀରକୁ ଶବବ୍ୟବଚ୍ଛେଦ ପାଇଁ ଆଠଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଗତକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    41 %
    3kmh
    84 %
    Fri
    28 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ