ହାତୀଦାନ୍ତ ଚୋରା କାରବାର ଘଟଣାରେ ୫ ଗିରଫ,ଲକ୍ଷାଧିକ ଟଙ୍କାର ହାତୀଦାନ୍ତ ଜବତ

ହାତୀଦାନ୍ତ ଚୋରା କାରବାର ଘଟଣାରେ ୫ ଗିରଫ,ଲକ୍ଷାଧିକ ଟଙ୍କାର ହାତୀଦାନ୍ତ ଜବତ

ରାଜ୍ୟରେ ନିଶା କାରବାର, ହତ୍ୟା ଭଳି ଜଙ୍କଲ ଜନ୍ତୁ ଚାଲାଣ ମଧ୍ୟ ବଢ଼ି ଚଲ ଛି। ଦିନକୁ ଦିନ ଜଙ୍ଗଲ ମାଫିଆଙ୍କ ରାଜୁତି ବଢୁଥିବା ବେଳେ ସଂକଟରେ ପଡିଛନ୍ତି ଜଙ୍ଗଲ ଜନ୍ତୁ । ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଔପଦା ବନ ବିଭାଗ କର୍ମଚାରୀ ହାତୀ ଦାନ୍ତ ଚୋରୀ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କୁ ନିକଟରୁ ଲକ୍ଷାଧିକ ଟଙ୍କାର ହାତୀଦାନ୍ତ ମଧ୍ୟ ଜବତ ହୋଇଛି । କିଛି ଦିନ ହେବ ଏହି ରାକେର୍ଟ ବେଶ ସକ୍ରିୟ ଥିଲେ ଯାହାଫଳରେ ଗ୍ରାମବାସୀମାନଙ୍କ ଅଭିଯୋଗ କ୍ରମେ ବନ ବିଭାଗ ପକ୍ଷରୁ ହଠାତ୍ ଜଙ୍ଗଲ ରେ ଚଢାଉ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି । ସୁଚନା ଅନୁସାରେ ଘଟଣାସ୍ଥଳରେ ୮ ଜଣ ଥିବା ବେଳେ ୩ ଜଣ ସୁଯୋଗ ଉଣ୍ଡି ଖସି ପଳାଇଥିଲେ ।