ହାତୀପଲଙ୍କ ଜଳକ୍ରୀଡା : ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼

ହାତୀପଲଙ୍କ ଜଳକ୍ରୀଡା : ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼
ହାତୀପଲଙ୍କ ଜଳକ୍ରୀଡା : ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼

ପାଟଣା ୧୫।୦୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍ ଅଞ୍ଚଳରେ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଥିବା ବେଳେ  ହାତୀପଲଙ୍କ ମନୋରମ ଜଳକ୍ରୀଡା କରୁଛନ୍ତି । ଯାହାର ଦୃଶ୍ୟ ସ୍ଥାନୀୟ ଲୋକେ ଉପଭୋଗ କରୁଛନ୍ତି । ଏଥିସହ, ହାତୀଙ୍କ ମଧ୍ୟରେ ଲଢେଇ ଦୃଶ୍ୟ ଲୋକଙ୍କୁ ଭୟଭୀତ କରିଛି ।

 

ଖବର ଅନୁଯାୟୀ,  ବର୍ଦ୍ଧନା ଜଙ୍ଗଲ ନିକଟ ପୋଖରୀରେ ହାତୀପଲ ଦୀର୍ଘ ସମୟ ଧରି ଜଳକ୍ରୀଡା କରିବା ଦୃଶ୍ୟ ଲୋକଙ୍କୁ ଆମୋଦିତ କରିଛି । ଏହାପରେ୨ଟି ଦନ୍ତାହାତୀ ଲଢ଼େଇ କରିବା ଦୃଶ୍ୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଏଥିସହ ହାତୀପଲ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ଝାଲିଆବେଡା ନିକଟରେ ରାସ୍ତାକୁ କିଛି ସମୟ ଧରି ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା ।

 ବିଳମ୍ବିତ ରାତିରେ ହାତୀପଲ ବର୍ଦ୍ଧନା, ପାରୁଡିପଶି,ପଡୁଆ ଅଞ୍ଚଳରେ ଏକର ଏକର ଧାନ ଫସଲ ମାଡି ଚକଟି  ନଷ୍ଟ କରିଛନ୍ତି।ଗାଁ ନିକଟ ଜଙ୍ଗଲରେ ହାତୀପଲ ବୁଲୁଥିବାରୁ  ଲୋକେ ଭୟଭୀତ ଅଵସ୍ଥା ରେ ଅଛନ୍ତି। ବନ ବିଭାଗ ହାତୀପଲ ଙ୍କ ପଛେ ପଛେ ରହି ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ହାତୀପଲଙ୍କୁ ଦେଖିବା ପାଇଁ ଆସୁଥିବା ଲୋକେ ହାତୀ ଘଉଡାଇବାରେ ବାଧକ ସାଜିଛନ୍ତି।