ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ, ଅମଳ ପୂର୍ବରୁ ନଷ୍ଟ କଲେ ଧାନ ଫସଲ

ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ, ଅମଳ ପୂର୍ବରୁ ନଷ୍ଟ କଲେ ଧାନ ଫସଲ
ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ, ଅମଳ ପୂର୍ବରୁ ନଷ୍ଟ କଲେ ଧାନ ଫସଲ

ତେଲକୋଇ, ୧୪/୧୦:    ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଭିମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ । ସେପଟେ ସଞ୍ଜ ନଇଁଲେ ଜଙ୍ଗଲି ବାରାହାଙ୍କ ଚିନ୍ତା । ଜଙ୍ଗଲି ବାରହା କ୍ଷେତରେ ପଶି ଉପଦ୍ରବ କରିବା ସହ ପାଚିଲା ଧାନଫସଲକୁ ଖାଇ ନଷ୍ଟ କରୁଛନ୍ତି ।

ସୂଚନା ଅନୁସାରେ, ବୁଧବାର  ସଞ୍ଜ ସମୟରେ ଗାଁ ଲୋକେ ଜଙ୍ଗଲି ବାରହା ପଲଙ୍କ ଦାଉରୁ ପାଚିଲା ଧାନକ୍ଷେତକୁ ରକ୍ଷା କରିବାପାଇଁ  କ୍ଷେତକୁ ଯାଇଥିଲେ ।ତେବେ ବିଳମ୍ବିତ ରାତି ପ୍ରାୟ ୧୧ ଟା ବେଳକୁ ୧୨ ଟିକିଆ ହାତୀପଲ ଜମି ଆଡକୁ ମାଡି ଆସିବା ଦେଖି ସେମାନେ ଭୟଭୀତ ହୋଇ ଦୌଡ଼ି ପଳାଇ ଆସିଥିଲେ ।ହାତୀପଲ ଧାନ ଜମିରେ ପଶି ଏକର ଏକର ଅମଳ ହେବାକୁ ଥିବା ଫସଲ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି ।ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି ।

ଆଉ କିଛି ଦିନ ପରେ ମୁଣ୍ଡ ଝାଳ ତୁଣ୍ଡରେ ମାରି କରିଥିବା ଧାନ ଫସଲକୁ ଅମଳ କରି ଚାଷୀ ଘରକୁ ଆଣିଥାନ୍ତା । ତେବେ  ହାତୀପଲଙ୍କ ପାଦତଳେ ନିଜର ସୁନାର ଫସଲ ନଷ୍ଟ  ହେବା ଦେଖି  ଧାର କରଜ କେମିତି ଶୁଝିବ ସେନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି । ଲୋକେ ବନବିଭାଗକୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଲୋକେ ଅଭିଯୋଗ କରିଛନ୍ତି ।