ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ଅର୍ପିତା, ଅଶୋଭନୀୟ ଆଚରଣ ପାଇଁ ଗୃହରୁ ହୋଇଥିଲେ ସସପେଣ୍ଡ୍

ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ଅର୍ପିତା, ଅଶୋଭନୀୟ ଆଚରଣ ପାଇଁ ଗୃହରୁ ହୋଇଥିଲେ ସସପେଣ୍ଡ୍
ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ଅର୍ପିତା, ଅଶୋଭନୀୟ ଆଚରଣ ପାଇଁ ଗୃହରୁ ହୋଇଥିଲେ ସସପେଣ୍ଡ୍

କୋଲକାତା, ୧୬।୦୯ :  ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଅର୍ପିତା ଘୋଷ ଇସ୍ତଫା ପ୍ରଦାନ କରିଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷ ଭୈଙ୍କୟା ନାଇଡୁଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଅର୍ପିତା ସେହି ସାଂସଦମାନଙ୍କ ମଧ୍ୟରୁ ଜଣେ ଯିଏ ମୌସୁମୀ ଅଧିବେଶନରେ ହଟଗୋଳ କରିବା ସହ ମାର୍ଶାଲଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ମାମଲାରେ ଅର୍ପିତାଙ୍କୁ ସସପେଣ୍ଡ୍ କରାଯାଇଥିଲା । ପଶ୍ଚିମବଙ୍ଗ ଉପ ନିର୍ବାଚନ ପୂର୍ବରୁ ଅର୍ପିତାଙ୍କ ଇସ୍ତଫାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି ।

୨୦୧୦ରେ ଅର୍ପିତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା । ଗଣମାଧ୍ୟମରେ ଏହା ମଧ୍ୟ କୁହାଯାଉଛି ଯେ, ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ସେ ଇସ୍ତଫା ଦେଇଛନ୍ତି । ତାଙ୍କୁ ସଙ୍ଗଠନର ଦାୟିତ୍ୱ ମିଳିପାରେ । ଆଗାମୀ ଦିନରେ ସେ ସଙ୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି ।

ସୂଚନାଯୋଗ୍ୟ, ଭବାନୀପୁର ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରିୟଙ୍କା ଟିବରେଓ୍ୱାଲ ଲଢୁଛନ୍ତି ।ଉଭୟ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।

ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ଭବାନୀପୁର ଆସନରୁ ହାରିଯାଇଥିଲେ । ତାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଜିତଥିଲେ । ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଭବାନୀପୁରରୁ ଜିତିବାକୁ ହେବ ।