ଠିକାଦାରଙ୍କଠୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ

ଠିକାଦାରଙ୍କଠୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ। ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳ ।ଏହାପରେ କାମଦେବଙ୍କ ଖୋର୍ଦ୍ଧାରେ ଥିବା ସରକାରୀ କାର୍ଯ୍ୟାଳୟ ଓ ଭୁବନେଶ୍ବର ଗଙ୍ଗନଗର ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରୁଛି । ଭୁବନେଶ୍ବର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୭ଜଣିଆ ଟିମ୍ ଏହି ଚଢ଼ାଉ କରୁଛି । ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କଠାରୁ ଲାଞ୍ଚ ନେଉଥିଲେ । ସୂତ୍ରରୁ ଖବର ପାଇଁ ଭିଜିଲାନ୍ସ ତାଙ୍କୁ ଧରିଥିଲା।