କାଜାକିସ୍ତାନ ସେନା ବେସ୍‌ରେ ବିସ୍ଫୋରଣ ଘଟଣା; ୯ ମୃତ

କାଜାକିସ୍ତାନ ସେନା ବେସ୍‌ରେ ବିସ୍ଫୋରଣ ଘଟଣା; ୯ ମୃତ
photo: arabnews

କାଜାକିସ୍ତାନ ସେନା ବେସ୍‌ରେ ବିସ୍ଫୋରଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏନେଇ ଅନ୍ତରାଷ୍ଟ୍ରୀୟ ମିଡିଆ ପକ୍ଷରୁ ସୂଚନା ମିଳିଛି । କାବୁଲ ବିମାନବନ୍ଦର ବିସ୍ଫୋରଣର କିଛି ସମୟ ପରେ କାଜକିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା । ଘଟଣାରେ ଅନେକ ଆହତ ହୋଇଛନ୍ତି ।

କାଜାକିସ୍ତାନର ତାରାଜ ସହର ନିକଟ ଏକ ମିଲିଟାରୀ ବେସ ଉପରେ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ସେନା ଶିବିର ଉପରକୁ ବୋମା ଫିଙ୍ଗିଥିଲେ । ଯାହା ଫଳରେ ୯ ଜଣ ପ୍ରାଣ ହରାଇଥିବା କୁହାଯାଉଛି । ସେପଟେ କାବୁଲରେ ସ୍ଥିତି ସମ୍ପୂର୍ଣ୍ଣ ଭୟାବହ ରହିଛି ।

କାବୁଲ ବିମାନବନ୍ଦର ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୦ ଟପି ସାରିଛି । ଅନେକ ଗୁରୁତର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆଫଗାନିସ୍ତାନରେ ତାଲିବାନର କବଜା ପରେ ପଡୋଶୀ ଦେଶଗୁଡିକ ପ୍ରତି ମଧ୍ୟ ବିପଦ ରହିଛି । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା କାରଣରୁ ଅନେକ ଆତଙ୍କୀ ସଙ୍ଗଠନ ସକ୍ରିୟ ହୋଇଯାଇଛନ୍ତି ।