Saturday, March 28, 2026
38.2 C
Odisha

    ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

    ଆଗକୁ ପଢନ୍ତୁ

    ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ସେଠାକାର ବିଜେପି ନେତା ତଥା ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୈଳାଶ ନାଗ। ବିଜାପୁରର କୋଟମେଟା ଗାଁରେ କୈଳାଶ ନାଗଙ୍କ ଘର। ତେବେ ନକ୍ସଲମାନେ କେଉଁ କାରଣ ପାଇଁ ବିଜେପି ନେତାଙ୍କୁ ହତ୍ୟା କଲେ ଏନେଇ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।
    ଗତକାଲି ବିଜାପୁର କୋଟମେଟା ଗାଁରେ ପହଞ୍ଚି ନକ୍ସଲମାନେ କୈଳାଶଙ୍କୁ ଉଠାଇ ନେଇଥିଲେ। ପରେ ସନ୍ଧ୍ୟାରେ ନକ୍ସଲମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହାସହ ନକ୍ସଲମାନେ ଠିକା କାମରେ ନିୟୋଜିତ ଜେସିବି ମଧ୍ୟ ଜାଳିଦେଇଥିବା ଜଣାଯାଇଛି। ସେପଟେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଏଠାରେ କହି ରଖୁ ଯେ,ଗତ ଏକବର୍ଷ ମଧ୍ୟରେ ୯ ଜଣଙ୍କୁ ନକ୍ସଲ ହତ୍ୟା କରିଥିବା ସୂଚନା ରହିଛି। ଏଥିରେ ନକ୍ସଲମାନେ ନିକଟରେ ଛତିଶଗଡ଼ର ବିଜାପୁରରେ ତିରୁପତି କଟଲା ନାମକ ଜଣେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ