ସଂସଦ ଅଧିବେଶନର ପ୍ରଥମ ଦିନ ଆସିବ କୃଷି ଆଇନ ପ୍ରତ୍ୟାହାର ବିଲ୍‌

ସଂସଦ ଅଧିବେଶନର ପ୍ରଥମ ଦିନ ଆସିବ କୃଷି ଆଇନ ପ୍ରତ୍ୟାହାର ବିଲ୍‌

ସଂସଦ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୨୯ରେ ଆସିବ କୃଷି ଆଇନ ପ୍ରତ୍ୟାହାର ବିଲ୍‌। ବିବିଧ କୃଷି ଓ ସ୍ବଚ୍ଛ MSP ବ୍ୟବସ୍ଥା ପାଇଁ ଗଢ଼ାହେବ ବିଶେଷଜ୍ଞ କମିଟି। ଏଥିରେ କୃଷକ ସଂଗଠନର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ବିଶେଷଜ୍ଞ କମିଟି ଗଢ଼ା ହେବା ମାତ୍ରେ କୃଷକଙ୍କ MSP ସଂପର୍କିତ ଦାବି ପୂରଣ ହେବ। ଏହାସହ ନଡ଼ାପୋଡ଼ିକୁ ଅପରାଧମୁକ୍ତ କରିବା ଦାବି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଆନ୍ଦୋଳନକାରୀ ଚାଷୀଙ୍କ ନାଁରୁ ମାମଲା ପ୍ରତ୍ୟାହାର କ୍ଷମତା ସଂପୃକ୍ତ ରାଜ୍ୟର ଅଧୀନରେ ଅଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇ କହିଛନ୍ତି। ଏନେଇ ଗତ ୨୪ ତାରିଖରେ ବସିଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଥିଲା।