ବାପା ହେଲେ ଟେଲି ଷ୍ଟାର ଶାହିର

ବାପା ହେଲେ ଟେଲି ଷ୍ଟାର ଶାହିର
abplive

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଶାହିର ଶେଖ୍ ଓ ରୁଚିକା କପୁରଙ୍କ ଘରେ ଏବେ ଖୁସିର ମାହୋଲ । ଦୁହେଁ ବାପା ମାଆ ହେବାର ସୌଭାଗ୍ୟ ଲାଭ କରିଛନ୍ତି । କୋଳକୁ ଆସିଛି ଏକ କନ୍ୟା ସନ୍ତାନ। ତେବେ ଏ ନେଇ ଶାହିର ଆନୁଷ୍ଠାନିକ ଭାବେ କୈଣସି ସୂଚନା ଦେଇ ନାହାନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୦ରେ ରୁଚିକା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ଖବର ସାମନାକୁ ଆସିବା ପରେ ଉଭୟ ରୁଚିକା ଓ ଶାହିରଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।

କିଛିଦିନ ପୂର୍ବରୁ ସାହିର ଓ ରୁଚିକା ବେବି ଶାୱର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋ ସେୟାର କରିବା ସହିତ ସେ ଲେଖିଥିଲେ ଯେ ଖୁବ୍ ଜଲଦି ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛନ୍ତି । ସେବେଠୁ ଶାହିର ଓ ରୁଚିକା ନୂଆ ଅତିଥି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ବେବି ଶାୱର ପାର୍ଟିରେ ବହୁ ଅତିଥି ଯୋଗ ଦେଇଥିଲେ । ଏକତା କପୁର, ରିଦ୍ଧି ଡୋଗ୍ରା, କ୍ରିଷ୍ଟଲେ ଡି'ସୁଜାଙ୍କ ସମେତ ଅନେକ ତାରକା ଏହି ପାର୍ଟିରେ ଉପସ୍ଥିତ ଥିଲେ।