ପାରାଦୀପ ଆଇଓସିଏଲ ତୈଳ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ ଆଇଓସିଏଲ ତୈଳ ଡିପୋରେ ଅଗ୍ନିକାଣ୍ଡ
orissapost

ପାରାଦୀପ ଆଇଓସିଏଲ ତୈଳ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ଦିନ ୨ ଟା ୪୫  ସମୟରେ କୌଣସି କାରଣବଶତଃ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ ହେବା ସହିତ ବିଶାଳକାୟ କଳା ଧୂଆର ଆସ୍ତରଣ ଆକାଶରେ ବ୍ୟାପି ଯାଇଥିବା ଦେଖିବାକୁ ମିଳିଥିଲା।

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ। ଅଗ୍ନିଶମ ବାହିନୀର ଦୁଇଟି ଟିମ ନିଆଁକୁ ଆୟତ୍ତକୁ ଆସିଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଆଇଓସିଏଲ ପକ୍ଷରୁ କିଛି କୁହାଯାଇନାହିଁ।