ତାରାତାରିଣୀଙ୍କ ଦୀପ ଘରେ ଲାଗିଲା ନିଆଁ

ତାରାତାରିଣୀଙ୍କ ଦୀପ ଘରେ ଲାଗିଲା ନିଆଁ

ବ୍ରହ୍ମପୁର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ମନ୍ଦିରରେ ଆଜି ମହାଷ୍ଟମୀ ଅବସରରେ ବଡ ଅଘଟଣ ଘଟିଛି। ଦୀପ ଘରେ ଲାଗିଲା ନିଆଁ । ଶତାଧିକ ଦୀପ ଲାଗିଥିବା ବେଳେ ହଠାତ ନିଆଁ ଜୋରରେ ଘରସାରା ବ୍ୟାପିଥିଲା । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମା’ଙ୍କ ନବରାତ୍ର ଚାଲିଥିବା ବେଳେ ମାନସିକଧାରୀ ମାନେ ପୀଠରେ ଦୀପ ଲଗାଇଥିଲେ । ଆଉ ଏହି ସମୟରେ ଦୀପ ଘରେ ନିଆଁ ଲାଗିଥିଲା । ଖବର ପାଇଁ ଘଟଣାସ୍ଥଳରେ ଦମକଳ ସେବା ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବାର ଜଣାପଡ଼ି ନାହିଁ।