ସିବିଆଇ ବିଲଡିଂରେ ଲାଗିଲା ନିଆଁ

ସିବିଆଇ ବିଲଡିଂରେ ଲାଗିଲା ନିଆଁ

ଦିଲ୍ଲୀ ଲୋଧି ରୋଡ଼ ସ୍ଥିତ ସିବିଆଇ ବିଲଡିଂର ବେସମେଣ୍ଟରେ ଲାଗିଲା ନିଆଁ। ଅଗ୍ନିକାଣ୍ଡ ପରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରାଗଲା ଖାଲି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିଓଜିତ୍ ଅଛନ୍ତି। ଏହାସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବିଲଡିଂର ବେସମେଣ୍ଟରୁ ଧୂଆଁ ବାହାରୁଥିବା ନଜରକୁ ଆସିଥିଲା। କିଛି ସମୟ ପରେ ଭିତରୁ ନିଆଁ ହୁଳା ବାହାରିଥିଲା। ସୁରକ୍ଷା ଦୃଷ୍ଟିରୁ ଭିତରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ବିଲଡିଂ ଖାଲି କରିବାକୁ କୁହାଯାଇଥିଲା। ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ। ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ।