ଆଜି ନୂଆଦଳ ଘୋଷଣା କରିପାରନ୍ତି ଅମରିନ୍ଦର ସିଂ

ଆଜି ନୂଆଦଳ ଘୋଷଣା କରିପାରନ୍ତି ଅମରିନ୍ଦର ସିଂ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ଏକ ନୂଆ ଘୋଷଣା କରିବାକୁ ଯାଉଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଆଜି ଏକ ନୂଆ ଦଳ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ବହୁଦିନ ହେବା ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଗତ ସପ୍ତାହରେ ଅମରିନ୍ଦର ସିଂ କହିଥିଲେ ଯେ ସେ ଖୁବ୍ ଶୀଘ୍ର ତାଙ୍କର ନୂତନ ଦଳ ଗଠନ କରିବେ। ତିନିଟି କୃଷି ଆଇନକୁ ନେଇ କୃଷକଙ୍କ ସ୍ୱାର୍ଥରେ କିଛି ସମାଧାନ ହେଲେ ୨୦୨୨ରେ ବିଜେପି ସହିତ ଆସନ ବାଣ୍ଟିବା ଚୁକ୍ତିରେ ଆଶାବାଦୀ ଅଛନ୍ତି ସେ। ଅମରିନ୍ଦର ସିଂ କହିଛନ୍ତି ଯେ ସେ ଅକାଳୀଙ୍କ ସ୍ପ୍ଲେଣ୍ଟର୍ ଗ୍ରୁପ୍ ଭଳି ସମାନ ଦଳ ସହ ଏକ ମେଣ୍ଟ କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି । ଦୁଇଥର ସେ କହିଛନ୍ତି ଯେ ସେ ନିଜ ଲୋକ ଏବଂ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ । ତେବେ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ମଙ୍ଗଳବାର କହିଛନ୍ତି ଯଦି ଅମରିନ୍ଦର ସିଂ ଏକ ନୂତନ ରାଜନୈତିକ ଦଳ ଗଠନ କରନ୍ତି ତେବେ ଏହା ତାଙ୍କର ବଡ ଭୁଲ ହେବ । କଂଗ୍ରେସ ନେତା ସୁଖଜିନ୍ଦର ସିଂ କହିଛନ୍ତି ଯଦି ସେ ଏହା କରନ୍ତି ତେବେ ଏହା ତାଙ୍କ ପାଇଁ ଏକ ଦାଗ ସଦୃଶ ହେବ । କଂଗ୍ରେସ ତାଙ୍କୁ ସମ୍ମାନ ଦେଇଥିଲା ଏବଂ ସେ ଦଳରେ ଅନେକ ପଦବୀରେ ରହିଥିଲେ । ଏବେ ମଧ୍ୟ କଂଗ୍ରେସ କ୍ୟାପଟେନଙ୍କ ଫେରିବା ନେଇ ଅପେକ୍ଷା ରତ।