ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ କରୋନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ କରୋନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ବିଟ କରି ଏହି ସୂଚନା ପ୍ରଦାନ କରଛନ୍ତି ।

ଦୀର୍ଘଦିନ ଥଣ୍ଡା ରେ ପୀଡିତ ପରେ ଅସୁସ୍ଥ ଅନୁଭବ କରିବାରୁ ନମୁନା ହୋଇଥିଲା ପରୀକ୍ଷା।ଆଜି ତାଙ୍କର ପଜିଟିଭ ଥିବା ବାଲେଶ୍ଵର ଚିକିତ୍ସା ଅଧିକାରୀ ଜଣାଇ ଥିଲେ। ତାଙ୍କୁ ଉତ୍ତମ ଚିକିତ୍ସା ପାଈଁ ଆମ୍ବୁଲାନ୍ସ ରେ ଭୂବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଭର୍ତ୍ତି ହୋଇ ଚିକିତ୍ସିତ ହେବେ ବୋଲି ସୂଚନା ଦେଇଛନ୍ତି । ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟିଂ ପାଇଁ ସେ ନିବେଦନ କରିଛନ୍ତି ।