ଏଥର କରୋନା ରୋଗୀଙ୍କୁ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା କରିବେ ଏହି ରାଜ୍ୟର ସରକାର...

ଏଥର କରୋନା ରୋଗୀଙ୍କୁ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା କରିବେ ଏହି ରାଜ୍ୟର ସରକାର...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଏଣୁ ଗୁରୁତର କରୋନା ସଂକ୍ରମିତଙ୍କୁ ଅବିଳମ୍ୱେ ଏବଂ ସଠିକ୍‌ ଚିକିତ୍ସା ଯୋଗାଇବା ନିମନ୍ତେ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏସବୁ ଭିତରେ ମଧ୍ୟପ୍ରଦେଶ ରୁ ଆସିଛି ଏକ ଭଲ ଖବର । ସୂଚନା ଅନୁସାରେ, ସେଠାକାର ରାଜ୍ୟ ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥିରେ ରାଜ୍ୟ ଗରିବ ଓ ମଧ୍ୟବିତ୍ତ ବର୍ଗର କରୋନା ସଂକ୍ରମିତମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ହୋଇଥିବା ଘରୋଇ ଡାକ୍ତରଖାନାମାନଙ୍କରେ ମାଗଣାରେ ଚିକିତ୍ସା ପାଇପାରିବେ । ଆୟୁଷ୍ମାନ ଭାରତ ଯୋଜନାରେ ଯେଉଁ ଘରୋଇ ଡାକ୍ତରଖାନା ସାମିଲ ରହିଛନ୍ତି, ସେହି ଡାକ୍ତରଖାନାଗୁଡ଼ିକୁ ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ବାବଦରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ମଧ୍ୟପ୍ରଦେଶ ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି । ଏହାଦ୍ୱାରା ଗୁରୁତର କରୋନା ଆକ୍ରାନ୍ତମାନେ ସିଟି ସ୍କାନ, ରେମଡେସିଭି ଇଞ୍ଜେକ୍ସନ ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ।