ଓହରିଲେ ଗାଙ୍ଗୁଲି

ଓହରିଲେ ଗାଙ୍ଗୁଲି

ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) କ୍ଲବ ଏଟିକେ ମୋହନ ବାଗାନର ବୋର୍ଡ ଅଫ୍‌ ଡିରେକ୍ଟର୍ସରୁ ଗୁରୁବାର ଓହରି ଯାଇଛନ୍ତି। ଏଟିକେ ମୋହନ ବାଗାନ କ୍ଲବ ମାଲିକ ସଞ୍ଜିବ ଗୋଏଙ୍କା ଆଇପିଏଲରେ ନୂଆ ଫ୍ରାଞ୍ଚଇଜ କିଣିବା ପରେ ଗାଙ୍ଗୁଲିଙ୍କୁ ବାଧ୍ୟହୋଇ ଏଭଳି ପଦକ୍ଷେପ ନେବାକୁ ପଡ଼ିଛି। ନ ହେଲେ ତାଙ୍କ ବିରୋଧରେ ସ୍ୱାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ଭଳି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। ଉଲ୍ଲେଖଯୋଗ୍ୟ, ବ୍ୟବସାୟୀ ସଞ୍ଜିବ ଗୋଏଙ୍କାଙ୍କ କମ୍ପାନୀ ୭୦୯୦ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛି।