ସତର୍କ ସଂକେତ ଡେଇଁଲା ଋଷିକୂଲ୍ୟା ନଦୀ ; ନଦୀକୂଳିଆ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ

ସତର୍କ ସଂକେତ ଡେଇଁଲା ଋଷିକୂଲ୍ୟା ନଦୀ ;  ନଦୀକୂଳିଆ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ସତର୍କ ସଂକେତ ଡେଇଁଲା ଋଷିକୂଲ୍ୟା ନଦୀ । ନଦୀର ସର୍ତକ ସଂକେତ ୧୫ ଦଶମିକ ୮୩ ଥିବା ବେଳେ ବର୍ତମାନ ରହିଛି ୧୬ ଦଶମିକ ୩୫ । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି । ଖୁବଶୀଘ୍ର  ଋଷିକୂଲ୍ୟା ନଦୀ ବିପଦ ସଂକେତ ଡେଇଁପାରେ ବୋଲି ଅନୁମାନ କରାଯାଉଛି। ଏନେଇ ନଦୀକୂଳିଆ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ । ଗତକାଲି ରାତି ଗୋଟାଏରେ ଋଷିକୂଲ୍ୟା ନଦୀ ସର୍ତକ ସଂକେତ ଡେଇଁ ସାରିଥିବା ସୂଚନା ରହିଛି।