ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ପାଇପ୍, ନିଆଁରେ ପୋଡିଗଲେ ୨ କର୍ମଚାରୀ

ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ପାଇପ୍, ନିଆଁରେ ପୋଡିଗଲେ ୨ କର୍ମଚାରୀ
ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ପାଇପ୍, ନିଆଁରେ ପୋଡିଗଲେ ୨ କର୍ମଚାରୀ

ସୋର ୨୩।୧୧:  ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁରରେ ଅଭାବନୀୟ ଘଟଣା । ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍‌ ପାଇପ୍ । ଯାହାଫଳରେ ୨ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବାରିକପୁର ହାଟ ସମ୍ମୁଖରେ ଥିବା ମହାନ୍ତି ହୋଟେଲରେ ୨ କର୍ମଚାରୀ ରୋଷେଇ କରୁଥିବା ବେଳେ ଘଟିଛି ଅଘଟଣ । ଗ୍ୟାସ୍‌ ପାଇପ୍‌ ଫାଟି ନିଆଁ ଲାଗି ଯିବାରୁ ରୋଷେଇ କରୁଥିବା ୨ କର୍ମଚାରୀ ଗୁରୁତର ହୋଇଥିଲେ। ହୋଟେଲରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ପାଟି ଶୁଣି ଦୌଡି ଆସିଥିଲା । ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।