ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଘର ବାହାରେ ବଢିଲା ସୁରକ୍ଷା

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଘର ବାହାରେ ବଢିଲା ସୁରକ୍ଷା

ପୂର୍ବତନ କ୍ରିକେଟ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରି ଦେବାପାଇଁ ମିଳିଛି ହତ୍ୟା ଧମକ। ଆଇଏସ୍‌ଆଇଏସ୍‌ କାଶ୍ମୀର ପକ୍ଷରୁ ଏହି ହତ୍ୟା ଧମକ ମିଳିଥିବାର ଗମ୍ଭୀର ଦିଲ୍ଲୀ ପୋଲିସକୁ କହିଛନ୍ତି। ଡିସିପି କେନ୍ଦ୍ରୀୟ କହିଛନ୍ତି ଯେ ଏହି ବିଷୟରେ ସୂଚନା ପାଇବା ମାତ୍ରେ ଆମେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛୁ। ଏହା ସହ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।ଦିଲ୍ଲୀ କେନ୍ଦ୍ରୀୟ ଡିସିପିଙ୍କ ନିକଟକୁ ଗମ୍ଭୀର ପଠାଇଥିବା ଚିଠିରେ ଲେଖିଛନ୍ତି ଯେ ସେ ‘ଆଇଏସ୍‌ଆଇଏସ୍‌ କଶ୍ମୀର’ରୁ ଏକ ଇ-ମେଲ୍‌ ପାଇଛନ୍ତି। ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦିଆଯିବ ବୋଲି ଲେଖା ଲେଖା ହୋଇଛି। ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ। ଏହା ପୂର୍ବରୁ ମଧ୍ୟ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା। ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ଫୋନ୍ କରି ହତ୍ୟା ଧମକ ଦିଆଯାଇଥିଲା। ଏନେଇ ସେ ଦିଲ୍ଲୀ ପୋଲିସକୁ ଜଣାଇଥିଲେ। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବଡ଼ଭାଇ ସମ୍ବୋଧିତ କରିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନା କରିଥିଲେ ଗମ୍ଭୀର।