ଘଟଗାଁ ତାରିଣୀ ପୀଠରେ ମହାନବମୀ ପାଳିତ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ ତାରିଣୀ ପୀଠରେ ମହାନବମୀ ପାଳିତ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା’
ଘଟଗାଁ ତାରିଣୀ ପୀଠରେ ମହାନବମୀ ପାଳିତ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ, ୧୪/୧୦: ଗୁରୁବାର ପୀଠଗୁଡିକରେ ଦେବୀ ମାନଙ୍କୁ ବିଶ୍ରାମ ଦେଇ କେବଳ ମଣ୍ଡପ ଗୁଡିକରେ ପାଳିତ ହେଉଛି ମହାନବମୀ ।  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ମଧ୍ୟ ପାଳିତ ହେଉଛି ମହାନବମୀ  ।  ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ ।

ଗୁରୁବାର ସକାଳୁ ସକାଳୁ ସେବାୟତମାନେ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ମଙ୍ଗଳଆଳତି, ବଡ ସିଂହାର ବେଶ, ଦୀପ, ଧୂପ ପ୍ରଜ୍ବଳନ କରିଥିଲେ । ଏହାପରେ ଷୋଡଶ ଉପଚାର ପୂଜା ସମାପନ କରି ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନବ ରାତ୍ରୀର ନବମ ଦିବସରେ ମା’ ମହାଗୌରୀ ରୂପ ଧାରଣ କରିଛନ୍ତି ।  ଏହି ମହାଗୌରୀ ରୂପ ଏବଂ ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି ।