ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ କରୋନା

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ କରୋନା

କରୋନାର ଶିକାର ହେଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଏ ନେଇ ନିଜେ ଗୁଲାମ ନବୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁଲାମ ନବୀ ଆଜାଦ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିଛନ୍ତି। ସେ ନିଜ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ସହ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ଗୁଲାମ ନବୀ ଆଜାଦ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୁଁ ହୋମ୍ କ୍ୱାରେଣ୍ଟାଇନରେ ଅଛି। ଯେଉଁମାନେ ଗତ କିଛିଦିନ ଧରି ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ପ୍ରୋଟୋକଲ୍ ପାଳନ କରନ୍ତୁ।’