ରାଜ୍ୟରେ ପୁଣି କମିଲା ସୁନା-ରୂପା ଦର

ରାଜ୍ୟରେ ପୁଣି କମିଲା ସୁନା-ରୂପା ଦର

ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ ଆସିଛି ପରିବର୍ତ୍ତନ । ଭାରତରେ କମିଛି ସୁନା-ରୂପା ଦର।ଅନ୍ତର୍ଜାତୀୟ ବଜାରରେ ରୂପା ଚାହିଦା ହ୍ରାସ ହେବାର ଖବର ଶୁକ୍ରବାର ଦିନ ହ୍ରାସ ପାଇଛି । ତେବେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନା ମୂଲ୍ୟରେ ୨ ଟଙ୍କା ସାମାନ୍ୟ ବୃଦ୍ଧି ପାଇଛି । ଏଥିସହ, ଏହି ସମୟ ମଧ୍ୟରେ ରୂପା କିଲୋଗ୍ରାମ ପ୍ରତି ୨୦୦ ଟଙ୍କା ଶସ୍ତା ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୬, ୨୦୦ ଟଙ୍କା ଓ ୪୭ ହଜାର ୨୦୦ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬, ୩୫୦ ଟଙ୍କା ଓ ୫୦ ହଜାର ୫୮୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୫୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୮,୫୬୦ ଟଙ୍କା ଥିବା ରେକର୍ଡ ହୋଇଛି ।  ଆଜି ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬ ହଜାର୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮ ହଜାର ୫୪୦ ଟଙ୍କା ରହିଥିବା ନେଇ ଜଣାପଡିଛି । ଆଜି ରୁପା କିଲୋଗ୍ରାମ ପ୍ରତି  ୬୩,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।