ରାଜଧାନୀରୁ ବିପୁଳ ପରିମାଣର ଗୋମାଂସ ଜବତ

ରାଜଧାନୀରୁ ବିପୁଳ ପରିମାଣର ଗୋମାଂସ ଜବତ
ରାଜଧାନୀରୁ ବିପୁଳ ପରିମାଣର ଗୋମାଂସ ଜବତ

ବାଲିଅନ୍ତା ୨୧/୦୮: ବାଲିଅନ୍ତା ଥାନା ଅଭୟମୁଖି-ହଂସପାଳ ରାସ୍ତା ବେତେଣ୍ଡା ଛକ ନିକଟରେ ୫ କ୍ବିଣ୍ଟାଲ୍‌ ରୁ ଉର୍ଦ୍ଧ ଗୋମାଂସ ଜବତ । ଗୋମାଂସ ନେଇ ଯାଉଥିବା ଗାଡି ଡ୍ରାଇଭର୍ କୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ବାଲିଥାନ୍ତା ପୋଲିସ୍‌ ପହଁଞ୍ଚି ଗାଡି ଡ୍ରାଇଭରକୁ ଉଦ୍ଧାର କରିବା ସହ ଅଟକ ରଖିଛି । ଗୋମାଂସ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ କୁ ଜବତ କରିଛି ପୋଲିସ୍ ।

 

ଆଜି ଭୋର୍ ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ରେ ଗୋମାଂସ ଚାଲାଣ ହେଉଥିବା ବଜରଙ୍ଗ ଦଳ କର୍ମୀ ସୂଚନା ପାଇଥିଲେ । ବେତେଣ୍ଡା ଛକରେ ଏକ ପିକ୍ଅପ ଭ୍ୟାନ୍ ରେ ଗୋମାଂସ ଚାଲାଣ ହେଉଥିବା ଜାଣି ଭ୍ୟାନ୍ କୁ ଅଟକାଇଥିଲେ । ସାହେବନଗର ଗ୍ରାମରୁ ଉକ୍ତ ଭ୍ୟାନ୍ ରେ ୫ କ୍ବିଣ୍ଟାଲ୍‌ ରୁ ଉର୍ଦ୍ଧ ଗୋମାଂସ ଭୁବନେଶ୍ଵର ଚାଲାଣ ହେଉଥିଲା । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

​​​​​​ଉତ୍ୟକ୍ତ ଲୋକେ ଡ୍ରାଇଭର ଦେବେନ୍ଦ୍ର ନାୟକ କୁ ମାଡ ମାରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ସାହେବନଗର ଗ୍ରାମରେ ପୂର୍ବରୁ ବିପୁଳ ପରିମାଣର ଗୋମାଂସ ଜବତ ହୋଇଥିଲା । ସାହେବନଗର ଗ୍ରାମରୁ ବାରମ୍ବାର ଗୋମାଂସ ଚାଲାଣ ହେଉଥିବା ଯୋଗୁ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଉଛି ।