Thursday, April 2, 2026
26 C
Odisha

    ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ, ପଢ଼ନ୍ତୁ…

    ଆଗକୁ ପଢନ୍ତୁ

    ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ। ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଆଜି ଭୁବନେଶ୍ୱରରେ ପୋଷଣ ମାସ ପାଳନର ରାଜ୍ୟ ସ୍ତରୀୟ ସମାରୋହରେ ଯୋଗ ଦେଇ ଏ କଥା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏଣିକି ରାଜ୍ୟର ସବୁ ଜିଲ୍ଲାରେ ଶିଶୁ ଓ ମାଆମାନଙ୍କୁ ବାଧ୍ୟତାମୂଳକ ଭାବେ ଛତୁଆ ଦିଆ ନଯିବା ଉପରେ ବିଚାର କରାଯାଉଛି। ଆଞ୍ଚଳିକତା ଭିତ୍ତିରେ ରୁଚିକର ଏବଂ ଉପଲବ୍ଧତା ଅନୁସାରେ ସେମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ମାଣ୍ଡିଆ, ବାଜରା ଭଳି ଖାଦ୍ୟଶସ୍ୟ ଦିଆଯାଇ ପାରିବ ବୋଲି କହିଛନ୍ତି ପ୍ରଭାତୀ।
    ଓଡ଼ିଶାରେ ଗର୍ଭବତୀ ମାଆ ଓ ଶିଶୁଙ୍କ ପୁଷ୍ଟି ସାଧାନ ଉଦ୍ଦେଶ୍ୟରେ ପୂର୍ବ ସରକାର ଅମଳରୁ ବର୍ଷ ବର୍ଷ ଧରି ଚାଲି ଆସୁଛି ଛତୁଆ ଯୋଜନା। କିନ୍ତୁ ଏ ଛତୁଆ ଯେ ବାସ୍ତବରେ ପିଲାଙ୍କ ପୁଷ୍ଟି ସାଧନ କରୁଛି ନା ନାହିଁ, ତାକୁ ନେଇ ଅନେକ ସମୟରେ ବିବାଦ ଛିଡ଼ା ହୋଇଛି। ଛତୁଆର ଗୁଣ ଓ ମାନକୁ ନେଇ କେତେବେଳେ ବ୍ଲକ, ଜିଲ୍ଲା ତ ଆଉ କେତେବେଳେ ରାଜ୍ୟସ୍ତରରେ ହୋଇଛି ତମ୍ବି ତୋଫାନ। ଗତ ଅଗଷ୍ଟ ୩୧ ତାରିଖରେ ବିଧାନସଭାରେ ଛତୁଆର ମାନକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ। ଏହାପରେ ଘଟଣାର ଯାଞ୍ଚ କରି ବିଧାନସଭାକୁ ତଦନ୍ତ ରିପୋର୍ଟ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

    ଆଜିର କାର୍ଯ୍ୟକ୍ରମ ବେଳେ ଛତୁଆକୁ ନେଇ ସରକାର ଯେ ନିନ୍ଦା ସହୁଛନ୍ତି, ସେ କଥା କହିବାକୁ ଭୁଲି ନଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତା’ ସହ ରାଜ୍ୟରେ ଅପପୁଷ୍ଟି ଓ ରକ୍ତହୀନତାରେ ପୀଡ଼ିତ ଶିଶୁ ଓ ମାଆଙ୍କ ତଥ୍ୟ ରଖି ରାଜ୍ୟର ଉତ୍କଟ ସ୍ଥିତିକୁ ଦର୍ଶାଇଥିଲେ ଉପମୁଖ୍ୟମନ୍ତ୍ରୀ।

    ସେ କହିଥିଲେ, ଓଡ଼ିଶାରେ ଏବେ ବି ୧୦ ଲକ୍ଷରୁ ଅଧିକ ଶିଶୁ ବାମନ, ୨୦ ଲକ୍ଷ ମାଆ ରକ୍ତହୀନତାର ଶିକାର ଏବଂ ୫ ଲକ୍ଷ ଶିଶୁ ଦୁର୍ବଳ ମାଂଶପେଷୀ ଜନିତ ସମସ୍ୟାରେ ପୀଡ଼ିତ। ତେଣୁ ଆଗକୁ ରାଜ୍ୟକୁ କୁ-ପୋଷଣଠୁ ଦୂରେଇ ରଖିବାକୁ ବିଭାଗୀୟ ଅଧିକାରୀ ତଥା ଆଇସିଡିଏସ ସଦସ୍ୟଙ୍କୁ ମିଶନ ମୋଡରେ କାମ କରିବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ