Tuesday, September 17, 2024
24.1 C
Odisha

    ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍‌, ପ୍ରେରଣା ଗ୍ରୀନ ଆର୍ମି ଓ ଆଲାଟିକ୍ ପକ୍ଷରୁ ଓଡ଼ିଶାରେ ୧କୋଟି ଗଛ ଲାଗିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨୧.୭ : ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି, ଶୀତଳତା ପ୍ରଦାନ ମାଧ୍ୟମରେ ପୃଥିବୀକୁ ସୁରକ୍ଷିତ ରଖିବା ସହ ଜୀବଜଗତକୁ ସୁରକ୍ଷା ଦେବା ପାଇଁ ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍‌, ପ୍ରେରଣା ଗ୍ରୀନ୍ ଆର୍ମି ଓ ଆଲାଟିକ୍ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ୧କୋଟି ବୃକ୍ଷ ବିଭିନ୍ନ ସ୍ଥାନରେ ରୋପଣ କରାଯିବ । ରବିବାର ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ଯେ, ପ୍ରଧାନମନ୍ତ୍ରୀ ମା’ ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ନିଜ ମା’ ସୁରକ୍ଷିତ ରହିବା ସହିତ ପୃଥିବୀ ମା’ ମଧ୍ୟ ସୁରକ୍ଷିତ ରହିବ । ଯାହଦ୍ୱାରା ପୃଥିବୀପୃଷ୍ଠରେ ଥିବା ସମସ୍ତ ଜୀବଜଗତ ସୁରକ୍ଷିତ ରହିବେ । ଶ୍ରୀମତୀ ପାଢୀ ବୃକ୍ଷରୋପଣ କରିବା ପରେ ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡା ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିରେ ସ୍ଥାନୀୟ ଆଇଆରସି ଭିଲେଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରି ଡକ୍ଟର ଶ୍ରୀଚନ୍ଦନ କହିଲେ, ସ୍କୁଲ୍‌, କଲେଜ ଆଦି ସ୍ଥାନରେ ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପରିବେଶରେ ସନ୍ତୁଳନ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
    କାର୍ଯ୍ୟକ୍ରମ ଆରମ୍ଭରେ ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍ ସଂଗଠନର ପାଟ୍ରୋନ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇ ଓଡ଼ିଶାର ସାମ୍ପ୍ରତିକ ପରିବେଶର ସ୍ଥିତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍ ସଂଗଠନର ପ୍ରତିଷ୍ଠାତା ମିଷ୍ଟର କରୁଣାକର ରେଡ୍ଡି କହିଲେ ଯେ, ଏଭଳି କାର୍ଯ୍ୟକ୍ରମ ଭାରତବର୍ଷର ବିଭିନ୍ନ ସ୍ଥାନରେ କରାଯାଉଥିବା ସ୍ଥଳେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବ । ଏଥିରେ ପୂର୍ବତନ ରାଜ୍ୟସଭା ସଦସ୍ୟ ସନ୍ତୋଷ କୁମାର ଯୋଗିନାପଲ୍ଲୀ ଯୋଗଦେଇ କହିଲେ ଯେ, ର୍ବମାନ ସମୟରେ ପୃଥିବୀ ସମ୍ମୁଖରେ ପରିବେଶ ପ୍ରଦୂଷଣ ସବୁଠାରୁ ବିଶେଷ ବିପଦ ହୋଇ ଠିଆ ହୋଇଛି । ଏହି ଅବସରରେ ଜଳର ଅପବ୍ୟବହାର ନକରି ସଦୁପଯୋଗ କରିବାକୁ ବାଚସ୍ପତି ଶ୍ରୀମତୀ ପାଢୀ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ