ପାର୍ବଣ ଋତୁକୁ ନେଇ ଗାଇଡଲାଇନ୍ ଜାରି

ପାର୍ବଣ ଋତୁକୁ ନେଇ ଗାଇଡଲାଇନ୍ ଜାରି

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମହାମାରୀକୁ ରୋକିବା ପାଇଁ ସତର୍କ ରହିବାକୁ ନିବେଦନ କରିଛନ୍ତି ସରକାର । ଏଥିପାଇଁ ପୂର୍ବରୁ ଅଗଷ୍ଟ ୯ ତାରିଖରେ ଲାଗୁ ହୋଇଥିବା ଗାଇଡ ଲାଇନ ଜାରି ରଖିବାକୁ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ।

ଗାଇଡଲାଇନ୍ ଅନୁସାରେ, ଏଥର ପାର୍ବଣରେ ବଢ଼ିବନି ମୂର୍ତ୍ତିର ଉଚ୍ଚତା । ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରହିବ । ଏନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ମୂର୍ତ୍ତି ଉଚ୍ଚତା ବଢ଼ାଇବାକୁ ଦାକି କରିଥିଲେ ପୂଜା କମିଟି । ଏନେଇ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ପୂଜା କମିଟିର ଆଲୋଚନନା ହୋଇଥିଲା । କିନ୍ତୁ ଆଜି ସରକାର ସ୍ପଷ୍ଟ କରିଛନ୍ତି ଯେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୂର୍ତ୍ତିର ଉଚ୍ଚର ପୂର୍ବପରି ୪ ଫୁଟ୍ ଭିତରେ ରହିବ ।

ଏସଆରସି କହିଛନ୍ତି ଯେ, ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ । ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ । ପୂଜା କମିଟି ସହ ଆଲୋଚନା କରାଯାଇଛି । ହେଲେ ମହାମାରୀକୁ ରୋକିବା ପାଇଁ ଚଳିତ ବର୍ଷ ନିରାଡମ୍ବର ଭାବେ ପୂଜା ପାଳନ କରାଯିବ ବୋଲି ଏସଆରସି କହିଛନ୍ତି । ସେହିପରି ଆବଦ୍ଧ ମଣ୍ଡପରେ ବିନା ଦର୍ଶକରେ ମୂର୍ତ୍ତି ପୂଜା କରାଯିବ । ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ଜଣ ଉପସ୍ଥିତି ରହିବେ। ଏଥିରେ କର୍ତ୍ତା, ପୂଜକ ଓ ସହଯୋଗୀ ରହିବେ। ସମସ୍ତେ କୋଭିଡ କଟକଣା ମାନିବେ । ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ।