ସୋମବାର ଶପଥ ନେବେ ଗୁଜରାଟ ନୂତନ ମୁଖ୍ୟମନ୍ତ୍ରୀ

ସୋମବାର ଶପଥ ନେବେ ଗୁଜରାଟ ନୂତନ ମୁଖ୍ୟମନ୍ତ୍ରୀ

ଗୁଜରାଟ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ସୋମବାର ଦିନ ୨ଟାରେ ଶପଥ ନେବେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍‌ ମନ୍ତ୍ରୀମାନେ ଶପଥ ନେବେ। ଏହାପୂର୍ବରୁ ଭୂପେନ୍ଦ୍ର ରବିବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟିବା ପାଇଁ ରାଜ ଭବନରେ ପହଞ୍ଚିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ସରକାର ଗଠନ ପାଇଁ ଦାବି କରିଛନ୍ତି। ଭୂପେନ୍ଦ୍ର ପଟେଲ କହିଛନ୍ତି ଯେ ସର୍ବପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ସଭାପତି ଜେପି ନାଡାଙ୍କୁ ଧନ୍ୟବାଦ ଦେଉଛି। ସେମାନେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି, ତେଣୁ ଆମେ ସମସ୍ତଙ୍କ ସହିତ ଗୁଜରାଟର ବିକାଶ କାର୍ଯ୍ୟକୁ ଆଗକୁ ବଢାଇବା।

ସୂଚନାଯୋଗ୍ୟ,ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୁଜରାଟରେ ରାଜନୈତିକ ସଙ୍କଟର ସମାଧାନ ପାଇଁ ରବିବାର ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସ୍ଥିର କରାଯାଇଥିଲା।