ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ହେବେ ଗୁଲଜାର ଅହମ୍ମଦ

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ହେବେ ଗୁଲଜାର ଅହମ୍ମଦ

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାର୍ଯ୍ୟନର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ(ପିଟିଆଇ)ର କୋର କମିଟିର ପରାମର୍ଶ ଏବଂ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି।

ସୋମବାର ପିଟିଆଇ ନେତା ଫୱାର ଚୌଧୁରୀ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଧାରା ୨୨୪ ଅନୁଯାୟୀ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପାଇଁ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ନାମକରଣ ପାଇଁ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳର ନେତାଙ୍କୁ ଏକ ପ୍ରସ୍ତାବ ପଠାଇବାକୁ ବିଜ୍ଞପ୍ତି ଜାରି କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟନିର୍ବାହୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ ଖାନ୍‌ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ପୂରଣ କରିବେ ବୋଲି ଉକ୍ତ ଚିଠିରେ ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ସୂଚନା ମୁତାବକ ୨୦୧୯ ଡିସେମ୍ବର ୨୧ରୁ ୨୦୨୨ ଫେବୃଆରୀ ୧ ପର୍ଯ୍ୟନ୍ତ ଗୁଲଜାର ଅହମ୍ମଦ ପାକିସ୍ତାନର ୨୭ତମ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ।