ରାଜଧାନୀରୁ ଚୋରା ବନ୍ଧୁକ ଜବତ, ଜଣେ ଗିରଫ

ରାଜଧାନୀରୁ ଚୋରା ବନ୍ଧୁକ ଜବତ, ଜଣେ ଗିରଫ

ଭୁବନେଶ୍ବରରୁ ଭରତପୁର ଅଞ୍ଚଳରୁ ଚୋରା ବନ୍ଧୁକ ଜବତ। ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କ ଗିରଫ କରିଛି ପୋଲିସ। ବନ୍ଧୁକ ସହ ୩ଟି ଗୁଳି ମଧ୍ୟ ଜବତ କରିଛି ଭରତପୁର ପୋଲିସ। ବନ୍ଧୁକ କେଉଁଠୁ ଓ କାହିଁକି ଅଣାଯାଇଥିଲା ସେନେଇ ତଦନ୍ତ ଜାରି ରହିଛି। ଭରତପୁର ଜିଏ କଲୋନୀ ନିକଟରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ତା ନିକଟରୁ ବନ୍ଧୁକ, ୫ ରାଉଣ୍ଡ ଗୁଳି ସହ ୭୦ ଗ୍ରାମ ବ୍ରାଉନସୁଗର ମଧ୍ୟ ଜବତ ହୋଇଛି। ଲୁଟ୍‌ କରିବା ପାଇଁ ଯୋଜନା ଚାଲିଥିବାବେଳେ ଚୋରା ବନ୍ଧୁକ ବେପାରୀକୁ କାବୁ କରିଥିଲା ପୋଲିସ।