Monday, March 23, 2026
29.4 C
Odisha

    ଜେଲ୍‌ରେ ମାତ୍ର ୩ ଥର ଆମ୍ବ, ୬ ଥର ମିଠା ଖାଇଛନ୍ତି: କେଜ୍ରିୱାଲ୍‌ଙ୍କ ଓକିଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତିହାର ଜେଲରେ ଦିନ କାଟୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟାଇପ୍-୨ ମଧୁମେହ ରୋଗର ଆକ୍ରାନ୍ତ ବୋଲି ତାଙ୍କ ଦଳ ଆମ୍‌ ଆଦମୀ ପାର୍ଟି (ଆପ୍‌) କହିବା ପରେ ତାଙ୍କ ଖାଦ୍ୟକୁ ନେଇ ଗତ କିଛି ଦିନ ହେବ ରୀତିମତ ଭାବେ ଏକ ଚର୍ଚ୍ଚା ଚାଲିଛି।ଇଡି ପକ୍ଷରୁ କୁହାଯାଇଥିଲା ଯେ ଯଦି ସେ ମଧୁମେହ ରୋଗୀ ତେବେ ସେ ମିଠା, ଆମ୍ବ ଓ ଚିନି ମିଶୁଥିବ ଚା’ କିପରି ପିଉଛନ୍ତି। କେଜ୍ରିୱାଲ୍‌ ଜାଣି ଜାଣି ନିଜ ରକ୍ତରେ ଶର୍କରା ବଢ଼ାଇବା ପାଇଁ ଏପରି କରୁଛନ୍ତି।

    ତାହାକୁ ଅସ୍ବୀକାର କରି ଏବେ ଆପ୍‌ ପକ୍ଷରୁ ଯୁକ୍ତି କରାଯାଇଛି ଯେ ଜେଲ୍‌କୁ ଗଲା ଦିନରୁ କେଜ୍ରିୱାଲ୍‌ ମାତ୍ର ୩ ଥର ଆମ୍ବ ଓ ୬ ଥର ମିଠା ଖାଇଛନ୍ତି।ଡାକ୍ତରୀ ଜାମିନ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ କେଜ୍ରିୱାଲ ସୁଗାରରେ ଅଧିକ ଖାଦ୍ୟ ଖାଇଥିଲେ ବୋଲି ଇଡି ଦାବି କରିଛି।

    କେଜ୍ରିୱାଲ୍‌ ଗତକାଲି ଦିଲ୍ଳୀର ରାଉସ ଆଭିନ୍ୟୁ କୋର୍ଟରେ ତାଙ୍କୁ ଇନ୍‌ସୁଲିନ୍‌ ଯୋଗାଇ ଦେବାକୁ କହିଥିଲେ। ସେ ଅଦାଲରେ କହିଥିଲେ, ‘‘କେବଳ ଯେହେତୁ ମୁଁ ଜଣେ ବନ୍ଦୀ, ମୋର ସମ୍ମାନଜନକ ଜୀବନ ଏବଂ ସ୍ବାସ୍ଥ୍ୟ ପାଇଁ କୌଣସି ଅଧିକାର ନାହିଁ? ମୁଁ କ’ଣ ଜଣେ ଗ୍ୟାଙ୍ଗଷ୍ଟର, ମୋର ଡାକ୍ତରଙ୍କ ସହ ୧୫ ମିନିଟର ଭିଡିଓ କନଫରେନ୍ସକୁ ମଧ୍ୟ ଅନୁମତି ନାହିଁ?” କେଜ୍ରିୱାଲ ତାଙ୍କ ଆବେଦନରେ କହିଛନ୍ତି ଯେ ୨୦୧୨ ମସିହାରୁ ତାଙ୍କୁ ୫୦ ୟୁନିଟ୍ ଇନସୁଲିନ୍ ନେଇଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ