ହନୁମାନ ପଇସା ରାକେଟ ଠାବ, ୬ ଜଣ ଗିରଫ

ହନୁମାନ ପଇସା ରାକେଟ ଠାବ, ୬ ଜଣ ଗିରଫ

ରାଜ୍ୟରେ ପୁଣି ହନୁମାନ ପଇସା ରାକେଟ ଠାବ। ହନୁମାନ ପଇସା ନେଣଦେଣକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ ୬ଜଣକୁ ଥାନାରେ ଅଟକ ରଖିଛି । ହନୁମାନ ପଇସାକୁ କେନ୍ଦ୍ର କରି କାଣ୍ଡଗରଡି ପଂଚାୟତ ମଧୁପୁର ଗାଁର ଜଣେ ବ୍ୟକ୍ତିକୁ ୫ଜଣ ଅପହରଣ କରିନେଇ ତାଙ୍କ ପରିବାର ଲୋକଙ୍କ ଠାରୁ ୫ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ପୋଲିସ ପାଖରେ ଅଭିଯୋଗ ପହଁଚିବା ପରେ ପୋଲିସ ତଦନ୍ତ କରିବା ସହ ମୁଖ୍ୟ ଅ୍‌ଭିଯୁକ୍ତ ସମେତ ୬ଜଣଙ୍କୁ ଧରି ଥାନାକୁ ଆଣି ପଚରାଉଚରା ଜାରି ରଖିଛି । ଚାନ୍ଦାବଲି ଓ ମତୋ ପୋଲିସ ଦିଗଛିଆ, ଉଗ୍ରତରା ଓ ମତ୍ତ ଅଂଚଳରେ ଛାପା ମାରି ୬ଜଣଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଏହି ହନୁମାସ ପଇସା ରାକେଟରେ ଆହୁରି ଅଧିକ ସଂଖ୍ୟକ ବ୍ୟକ୍ତି ସଂପୃକ୍ତ ଥିବା ନେଇ ସଂନ୍ଦେହ କରାଯାଉଛି ।