ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀପଲ, ଚିନ୍ତାରେ ଚାଷୀ

ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀପଲ, ଚିନ୍ତାରେ ଚାଷୀ
ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀପଲ, ଚିନ୍ତାରେ ଚାଷୀ

ନୀଳଗିରି,୨୫/୧୧: ବାଲେଶ୍ଵର ଅଞ୍ଚଳକୁ ନୀଳଗିରି ଅଞ୍ଚଳକୁ ମାଡି ଆସୁଛନ୍ତି ଝାଡ଼ଖଣ୍ଡୀ ହାତୀପଲ।ଏଭଳି ସୂଚନା ମିଳିବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବୁଧବାର ରାତିରେ ନୀଳଗିରି ସୀମାନ୍ତରେ ୧୭ଟି ହାତୀ ନଡ଼ପୁର ଜଙ୍ଗଲ ଛାଡି ବୁଢାବଳଙ୍ଗ ନଦୀ ପାର ହୋଇ କାଠପାଲ- ଅଯୋଧ୍ୟା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି।

ନୀଳଗିରି ଅଞ୍ଚଳକୁ ଆଜକୁ ୧୨ /୧୩ ବର୍ଷ ଧରି ଶତାଧିକ ହାତୀପଲ ନୀଳଗିରି ଅଞ୍ଚଳକୁ ପ୍ରବେଶ କରି ଆତଙ୍କ ଚଳାଇଥାନ୍ତି। ଚଳିତବର୍ଷ ମଧ୍ୟ ହାତୀପଲ ଆସିବା ପରେ ଅଞ୍ଚଳରେ ବ୍ୟାପକ କ୍ଷତିହେବା ଆଶଙ୍କା ରହିଛି।ପଛରେ ଆଉ ଦୁଇଟି ହାତୀପଲ ନୀଳଗିରି ଆଡକୁ ଆସୁଥିବା ସୂଚନା ମିଳିଛି। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ୧୬ ଟି ହାତୀ ତାପଛକୁ ଓଡିଶା ସୀମାନ୍ତ ନିକଟରେ ଓ ତପବନ ଅଞ୍ଚଳରେ ୪୦ଟି ହାତୀ ଥିବା ଜଣାପଡିଛି ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।

ସବୁ ହାତୀ ଏକାଠି ହୋଇ ନୀଳଗିରି ଆସିଲେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ବାବନା ରହିଛି। ଟ୍ରେଞ୍ଜ୍ ଓ ସୋଲାର ତାରବାଡ ବହୁ ସ୍ଥାନରେ ଅଚଳ ହୋଇଥିବାରୁ  ହାତୀପଲ ବ୍ୟାପକ କ୍ଷୟକ୍ଷତି କରିପାରନ୍ତି । ତେବେ ସଚେତନ ପାଇଁ ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ବିଭିନ୍ନ ଅଞ୍ଚଳର ଫରେଷ୍ଟର, ଗାର୍ଡ, ସବୁଜବାହିନୀଙ୍କୁ ନେଇ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।