ଖାଆନ୍ତୁ ଚିକେନ୍‌, ରୁହନ୍ତୁ ସୁସ୍ଥ...

ଖାଆନ୍ତୁ ଚିକେନ୍‌, ରୁହନ୍ତୁ ସୁସ୍ଥ...

ଚିକେନ୍‌ ଡିସ୍‌ର ନାମ ଶୁଣିବା ମାତ୍ରକେ ଆମ ଭିତରୁ ଅନେକଙ୍କର ପାଟିରେ ଲାଳ ଆସିଯାଇଥାଏ । ରୁଟି ହେଉ କି ଭାତ ସବୁଥିରେ ଚିକେନ୍‌ର ବିଭିନ୍ନ ରକମର ବ୍ୟଞ୍ଜନକୁ ପିଲାଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥାଆନ୍ତି । ତେବେ ଚିକେନ୍‌ ଯେ ଖାଲି ସୁସ୍ୱାଦୁ ତାହା ନୁହେଁ । ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣମାନ ରହିଛି । ପାଠକବନ୍ଧୁ ! ଆସନ୍ତୁ ଜାଣିବା ଆଜିର ଏହି ଉପସ୍ଥାପନାରେ ଚିକେନ୍‌ ଖାଇଲେ କି ଉପକାର ମିଳିଥାଏ...

*  ଚିକେନ୍‌ରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୫ ରହିଥିବାରୁ ଏହା ଆମର ଶରୀର ପାଇଁ ବେଶ୍‌ ଲାଭପ୍ରଦ ।

* ମାନସିକ ଅବସାଦ ଭଳି ଗୁରୁତର ସମସ୍ୟାକୁ ଦୂର କରିବା ପାଇଁ ଚିକେନ୍‌ ଖାଇବା ଆବଶ୍ୟକ ।

* ଚିକେନ୍‌ରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ରହିଛି, ଯାହା ଆମ ଶରୀରର ବିକାଶ ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ।

* ଚିକେନ୍‌ରେ ଫସଫରସ୍‌ ଭଳି ପୋଷକତତ୍ତ୍ୱ ରହିଥିବାରୁ ଏହା ଆମର ଦାନ୍ତ ଓ ହାଡ଼କୁ ମଜବୁତ କରିଥାଏ ।

* ଚିକେନ୍‌ ଖାଇଲେ ମାଂସପେଶୀ ଅଧିକା ମଜବୁତ ହୋଇଥାଏ ।

* ଚିକେନ୍‌ ସୁପ୍‌ ପିଇବା ଦ୍ୱାରା ଥକ୍କାପଣ ଦୂର ହୋଇ ସତେଜ ଅନୁଭୂତ ହୋଇଥାଏ ।

* ଚିକେନ୍‌ରେ ଜିଙ୍କ ଥିବାରୁ ଏହା ଆଣ୍ଠୁଗଣ୍ଠି ଦୂର କରିଥାଏ ।

* ଚିକେନ୍‌ ଖାଇବା ଦ୍ୱାରା ଉଚ୍ଚତା ବୃଦ୍ଧି ହୋଇଥାଏ ବୋଲି କେତେକ ଅନୁସନ୍ଧାନରୁ ଜଣାପଡ଼ିଛି ।