ବଗିଚାରେ ଲଗାନ୍ତୁ ଜୁଆଣି ଗଛ, ପାଖ ମାଡ଼ିବ ନାହିଁ ସର୍ଦ୍ଦି ଓ ଜ୍ୱର

ବଗିଚାରେ ଲଗାନ୍ତୁ ଜୁଆଣି ଗଛ, ପାଖ ମାଡ଼ିବ ନାହିଁ ସର୍ଦ୍ଦି ଓ ଜ୍ୱର
ବଗିଚାରେ ଲଗାନ୍ତୁ ଜୁଆଣି ଗଛ, ପାଖ ମାଡ଼ିବ ନାହିଁ ସର୍ଦ୍ଦି ଓ ଜ୍ୱର

ଜୁଆଣି ପତ୍ର ଖୁବ ଉପକାରୀ କାରଣ ଏହା କେବଳ ରୋଷେଇ କାର୍ଯ୍ୟରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ ଏହାକୁ ବ୍ୟବହାର କଲେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ କୁହାଯାଏ ଯଦି ଘର ବାଡ଼ିରେ ଗୋଟିଏ ମାତ୍ର ଜୁଆଣି ଗଛ ଲଗାଉଛନ୍ତି, ତେବେ ଏହା ଆପଣଙ୍କର ଏକାଧିକ କାମରେ ଆସିଥାଏ ଜୁଆଣି ଗଛ କେଉଁଭଳି ଭାବରେ ଔଷଧୀୟ କାମ କରିଥାଏ, ଜାଣନ୍ତୁ

ଯଦି ଆପଣଙ୍କୁ ସର୍ଦ୍ଦି ହୋଇଛି ତେବେ ଜୁଆଣି ପତ୍ରକୁ ପାଣିରେ ଫୁଟାଇ ପିଅନ୍ତୁ ଏହା ଦ୍ୱାରା ଥଣ୍ଡା କାଶ ଆଦି ସମସ୍ୟା ଖୁବଶୀଘ୍ର ଭଲ ହୋଇଯିବ ପକୋଡ଼ି ପ୍ରସ୍ତୁତ କରିବା ସମୟରେ ଯଦି ଜୁଆଣି ପତ୍ରକୁ ପକାଇ ପ୍ରସ୍ତୁତ କରୁଛନ୍ତି, ତେବେ ତାହାକୁ ଖାଇଲେ ଗ୍ୟାସ ସମସ୍ୟା ଦେଖା ଦେବନାହିଁ

ଦହିରେ କିଛି ଜୁଆଣି ପେଷ୍ଟ ମିଶାଇ ଚଟଣୀ ପ୍ରସ୍ତୁତ କରାଯାଇ ପାରିବ ଏହା ବାସ୍ନାକୁ ଦ୍ୱିଗୁଣିତ କରିଥାଏ ଏତଦ୍ ବ୍ୟତୀତ କିଛି ତାଜା ଜୁଆଣି ପତ୍ରରେ ଅଦାକୁ ମିଶାଇ ଭଲ ଭାବରେ ବାଟି ଏକ ଚଟଣୀ ପ୍ରସ୍ତୁତ କରିପାରିବେ ଗ୍ରୀନ ଜୁସ ପ୍ରସ୍ତୁତ କରିବା ପାଇଁ ଆପଣ କୌଣସି ଫଳରେ ଏହାର ପତ୍ରକୁ ମିଶାଇ ପ୍ରସ୍ତୁତ କରିପାରିବେ