ଜଗତସିଂହପୁରରେ ଜଳବନ୍ଦୀ ପରିସ୍ଥିତି,ପ୍ରଶାସନ ପକ୍ଷରୁ ୧୮୭୮ ଜଣଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର

ଜଗତସିଂହପୁରରେ ଜଳବନ୍ଦୀ ପରିସ୍ଥିତି,ପ୍ରଶାସନ ପକ୍ଷରୁ ୧୮୭୮ ଜଣଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର

ଜଗତସିଂହପୁର ଜିଲ୍ଲାରେ ଲଗାଣ ବର୍ଷା ପାଇଁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ୧୮୭୮ ଜଣଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ଅନେକ ତଳିଆ ଅଞ୍ଚଳର ଲୋକେ ପାଣି ଘେରରେ ରହିଥିବାର ଜଣା ପଡିଛି।ସେହିପରି ବ୍ରହ୍ମପୁର ଗିରି ମାର୍କେଟ ନିକଟରେ ଥିବା ଶତାଧିକ ବର୍ଷର ଆନ୍ଧ୍ର ଭାଷାଭିବର୍ଧନିର କୋଠା ଅତ୍ୟଧିକ ବର୍ଷା କାରଣରୁ ଭୁଶୁଡ଼ି ପଡ଼ିଛି। ଏହି କୋଠା ଭିତରେ ଥିବା ବହୁ ପୁରୁଣା ବହି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।