ରାଜ୍ୟର ୩୯୪ ମିମି ବର୍ଷା ରେକର୍ଡ

ରାଜ୍ୟର ୩୯୪ ମିମି ବର୍ଷା ରେକର୍ଡ

ରାଜ୍ୟର ୧୬ଟି ସ୍ଥାନରେ ୨୦୦ ମିମିରୁ ୩୯୪ ମିମି ଯାଏ ବର୍ଷା ରେକର୍ଡ ହୋଇଛି। ୨୨ଟି ସ୍ଥାନରେ ୧୪୦ରୁ ୨୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଅନୁଗୁଳ ତାଳଚେରରେ ୩୯୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣପୁରର ବୀରମହାରାଜପୁରରେ ୩୭୨ ମିମି ବର୍ଷା ହୋଇଥିବା ବେଳେ ସୋନପୁରରେ ୨୮୨ ମିମି, ବୌଦ୍ଧରେ ୨୬୨ ମିମି, ବଲାଙ୍ଗିରର ପାଟଣାଗଡ଼ରେ ୨୫୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାସହ ରାଜ୍ୟରେ ଆହୁରି ବର୍ଷା ନେଇ ସତର୍କ ସୂଚନା ଦେଇଛନ୍ତି ସରକାର।