ଗୋଟିଏ ସ୍ବାମୀକୁ ତିନି ଜଣ ସ୍ତ୍ରୀ, ଥାନାରେ ହେଲେ ଟଣାଓଟରା

ଗୋଟିଏ ସ୍ବାମୀକୁ ତିନି ଜଣ ସ୍ତ୍ରୀ, ଥାନାରେ ହେଲେ ଟଣାଓଟରା

ସ୍ୱାମୀକୁ ନେଇ ମଞ୍ଚେଶ୍ବର ଥାନାରେ ଟଣା-ଓଟରା। ଖୋର୍ଦ୍ଧାର ଆଲୋକ ଜେନାଙ୍କ ପାଇଁ ଥାନାରେ ହାଜର ହେଲେ ୩ ମହିଳା। ସମସ୍ତଙ୍କୁ ବାହା ହେବା ସହ ସେମାନଙ୍କଠୁ ଲକ୍ଷାଧିକ ଟଙ୍କା ଓ ଗାଡ଼ି ନେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଆଲୋକ ଜେନା ଡ୍ରାଇଭର ଭାବେ କାମ କରୁଥିବାର ଜଣା ପଡିଛି।ଖବର ଅନୁଯାୟୀ ଆଲୋକ ଦୁଇ ଜଣଙ୍କୁ ବିବାହ କରିଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ସଂପର୍କ ଗଢି ଉଠିଛି। କେବଳ ସେତିକି ନୁହେଁ ସମସ୍ତଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ବୋଲି ଅଭିଯୋଗ ହୋଇଛି। ଆଲୋକ ଜେନାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଥିବା ଅବସ୍ଥାରେ ଧରି ମଞ୍ଚେଶ୍ବର ଥାନାରେ ଜିମା ଦେଇଛନ୍ତି ଦୁଇ ସ୍ତ୍ରୀ । ଅଭିଯୁକ୍ତ ଆଲୋକର ଘର ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ରାଜଧାନୀରେ ଡ୍ରାଇଭର ଭାବେ କାମ କରୁଥିଲା । ଜଣେ ପରେ ଜଣଙ୍କୁ ବିବାହ କରୁଥିଲେ । ସେମାନଙ୍କୁ ଭୁଲାଇ ଫୁସୁଲାଇ ଗାଡି କିଣାଉଥିଲେ । ଆଉ ପରେ ନିଜେ ଗାଡିର ମାଲିକ ହୋଇଯାଉଥିଲେ । ତେବେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି। କେବଳ ତିନି ଜଣ ମହିଳାଙ୍କୁ ଧୋକା ଦେଇଛି ନା ଆଉ କେହି ଅଛନ୍ତି ବୋଲି ପୋଲିସ ଜାଣିବାକୁ ଚେଷ୍ଟା କରୁଛି।