ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ବର୍ତ୍ତମାନ ସେ ଘରୋଇ ସଂଗରୋଧରେ ରହିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏନେଇ ସେ କହିଛନ୍ତି କିଛି ଦିନ ପୂର୍ବରୁ ସେ କୋଭିଡ ପଜିଟିଭଙ୍କ ସଂଶ୍ପର୍ଶରେ ଆସିଥିଲେ । ଏହା ପରେ ସେ ଘରେ ୧ ସପ୍ତାହ ଧରି ସଙ୍ଗରୋଧରେ ରହିଆସୁଥିଲେ । ତେବେ ୨ ଦିନ ତଳେ ତାଙ୍କ ଠାରେ କରୋନାର କିଛି ଲକ୍ଷଣ ଦେଖାଯିବାରୁ ସେ ନିଜର କୋଭିଡ ପରୀକ୍ଷା କରାଇନେଇଥିଲେ । ଯାହାର ରିପୋର୍ଟ ଏବେ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ସଙ୍ଗରୋଧରେ ରହିଛନ୍ତି ।