ନନ୍ଦନକାନନରେ ହିମାଳୟ ଅଣ୍ଡିରା ଭାଲୁର ମୃତ୍ୟୁ

ନନ୍ଦନକାନନରେ ହିମାଳୟ ଅଣ୍ଡିରା ଭାଲୁର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ପ୍ରାଣୀର ମୃତ୍ୟୁ। ଆଜି ନନ୍ଦନକାନନରେ ଥିବା ବିରଳ ହିମାଳୟ ଅଣ୍ଡିରା ଭାଲୁ ମୋତିର ମୃତ୍ୟୁ ହୋଇଛି । ମୋତିର ମୃତ୍ୟୁ ପରେ ହିମାଳୟ ଭାଲୁ ସଂଖ୍ୟା ଏବେ ୫କୁ ଖସି ଆସିଛି ।ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୩ ମସିହା ସେପ୍ଟେମ୍ବର ମାସରେ ରାଞ୍ଚି ଚିଡିଆଖାନାରୁ ମୋତିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ଗତ ଦୁଇ ମାସ ହେଲା ମୋତି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ମୋତିର ମୃତ୍ୟୁ ହୋଇଛି ।