କେଉଁ ମାସରେ ଘର ତିଆରି କଲେ ଘରେ ବଢିଚାଲେ ଧନ ସମ୍ପତି

କେଉଁ ମାସରେ ଘର ତିଆରି କଲେ ଘରେ ବଢିଚାଲେ ଧନ ସମ୍ପତି
କେଉଁ ମାସରେ ଘର ତିଆରି କଲେ ଘରେ ବଢିଚାଲେ ଧନ ସମ୍ପତି

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେଉଁ ମାସରେ ଘର ତିଆରି କରିଲେ, ଅତ୍ୟନ୍ତ ଶୁଭ ହୋଇଥାଏ ? ଯଦି ଆପଣ ଘର ତିଆରି କରିବାକୁ ଚାହୁଁଛନ୍ତି ତେବେ ବାସ୍ତୁ ବିଚାର ଅନୁଯାୟୀ ଘର ତିଆରି କରନ୍ତୁ । ଏହା ସହିତ ଘର ତିଆରି କେଉଁ ମାସରେ କରିଲେ ଶୁଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ ସେ ସମ୍ବନ୍ଧରେ ଆଜି ଆମ୍ଭେ ଆପଣ ମାନଙ୍କୁ ସୂଚନା ଦେବାକୁ ଯାଉଅଛୁ । ଘର ତିଆରି କରିବା ସମୟରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ଘରର ମୁଖ୍ୟ ଦ୍ଵାର । ଘରର ମୁଖ୍ୟ ଦ୍ଵାର ଯଦି ସଠିକ ଦିଗ କୁ ରହିଥାଏ ତେବେ ଆପଣଙ୍କ ଘରର ଉନ୍ନତି ହୋଇଥାଏ । ଘରର ମୁଖ୍ୟ ଦ୍ଵାର ସର୍ବଦା ପୂର୍ବ ମୁଖ ଅଥବା ଉତ୍ତର ମୁଖ ହେବା ଆବଶ୍ୟକ । ମାତ୍ର ପୂର୍ବ ଏବଂ ଉତ୍ତର ଦିଗକୁ କରାଇବା ଆପଣଙ୍କ ପକ୍ଷେ ଉଚିତ ହୋଇଥାଏ । ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ ମାସରେ ଘର ତିଆରି କରିଲେ ଆପଣଙ୍କ ଘରେ ଧନ ଆଗମନ ହୋଇଥାଏ । ଯଦି ବୈଶାଖ ମାସରେ ଆପଣ ଗୃହ ତିଆରି କରୁଛନ୍ତି ତେବେ ଧନରତ୍ନ ଲାଭ ଏବଂ ଉନ୍ନତି ମଧ୍ୟ ହୋଇଥାଏ । ଜେଷ୍ଠ ମାସରେ ଯଦି ଆପଣ ଘର ତିଆରି କରୁଛନ୍ତି ତେବେ ଗୃହ କର୍ତ୍ତା ର ମୃ-ତ୍ୟୁ ଘର ତିଆରି ରେ ବାଧା ସାଜିବ । ବହୁତ ଲୋକଙ୍କର ଆପଣ ମାନେ ଦେଖିଥିବେ ଯେ ଘର ତିଆରି ସଂପୂର୍ଣ୍ଣ ହୋଇ ପାରୁ ନାହିଁ । ଏଣୁ ଏହି ମାସରେ ଭୁଲରେ ମଧ୍ୟ ଘର ତିଆରି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଷାଡ ମାସରେ ଘର ତିଆରି ଆରମ୍ଭ କରିଲେ ଧନ ର ଆଗମନ ହୋଇଥାଏ । ଶ୍ରାବଣ ମାସରେ ଯଦି ଆପଣ ଘର ତିଆରି ଆରମ୍ଭ କରିବେ ତେବେ ଆପଣଙ୍କର ସବୁ କାର୍ଯ୍ୟ ସିଦ୍ଧି ହେବ । ଭାଦ୍ରବ ମାସରେ ଘର ତିଆରି କରିଲେ ମଧ୍ୟ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ । ଆଶ୍ଵିନ ମାସରେ ଘର ତିଆରି ଅଥବା ଅନ୍ୟ କୌଣସି କାର୍ଯ୍ୟ କରିଲେ, ଆପଣଙ୍କ କାୟା ନଷ୍ଟ ତଥା ରୋଗ ବୃଦ୍ଧି ହେବ ।

କାର୍ତ୍ତିକ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ ଆପଣ ଏହା ମନେ ରଖନ୍ତୁ ଚୋରୀ ହେବାର ଭୟ ରହିଥାଏ । ଆପଣଙ୍କ ଘରେ କୌଣସି ନା କୌଣସି କ୍ଷେତ୍ରରୁ ଚୋରୀ ହୋଇଯାଇପାରେ । ମାର୍ଗଶିର ମାସରେ ଯଦି ଆପଣ ଘର ତିଆରି କରୁଛନ୍ତି, ତେବେ ଆପଣଙ୍କ ଘର ଧନ-ଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ । ପୌଷ ମାସରେ ଯଦି ଘର ତିଆରି କରିବେ ତେବେ ଚୋର ଭୟ ରହିଥାଏ । ଏଥିପାଇଁ ପୌଷ ମାସରେ ଘର ତିଆରି କରନ୍ତୁ ନାହିଁ । ମାଘ ମାସରେ ଘର ତିଆରି କରିଲେ ସୁନା ଆପଣଙ୍କୁ ମିଳିପାରେ । ଫାଲଗୁନ ମାସରେ ଘର ତିଆରି କରିଲେ ମଧ୍ୟ ସୁବର୍ଣ୍ଣ ପ୍ରାପ୍ତି ର ଯୋଗ ରହିଥାଏ । ଚୈତ୍ର ମାସରେ ଘର କରିଲେ ଦୁଖ କଷ୍ଟ ବୃଦ୍ଧି ହୋଇଥାଏ ।