ଆତ୍ମସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ

ଆତ୍ମସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ
photo: opindia

ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ପୋଲିସର ପୁନା ନର୍କମ ଅଭିଜାନ ପରେ ସୁକୁମା ଏସପିଙ୍କ ପାଖରେ ଆତ୍ମସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିବା ବେଳେ ଜବାନମାନେ ଏ ଅଞ୍ଚଳରେ ଅପରେସନ କରି ସଫଳତା ପାଉନଥିଲା ।

ତେବେ ମାଓବାଦୀଙ୍କ କଥାରେ ପଡି ଦିନେ ଭୁଲ ରାସ୍ତାକୁ ଚାଲିଯାଇଥିବା ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ ନାଗାରାମ ଗ୍ରାମର ଶତାଧିକ ଆଦିବାସୀ ମାଓବାଦୀଙ୍କ ହାତ ଛାଡି ସୋମବାର ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ଥିବା ବିଭିନ୍ନ ପୋଲିସ ଥାନାର ସମସ୍ତ ମାମଲା ପ୍ରତ୍ୟାହାର କରିବା ସହ ସେମାନଙ୍କ ଗାଁକୁ ରାସ୍ତା ଓ ପାନୀୟ ଜଳ ସହ ଶିକ୍ଷା ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲାଗି ଗ୍ରାମବାସୀମାନେ ଏସପିଙ୍କ ପାଖରେ ଦାବି କରିଛନ୍ତି । ସୁକୁମା ଏସପି ସୁନୀଲ ଶର୍ମା ମଧ୍ୟ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।