Monday, January 19, 2026
14.6 C
Odisha

    IAS ସ୍ତରରେ ଅଦଳବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି। ଏଥିରେ ୪-୫ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ବଦଳି ଆଇଏଏସଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ପ୍ରାୟ ସାଢେ ପାଞ୍ଚ ମାସ ହେବ ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲ।
    ଏବେ ଅରିନ୍ଦମଙ୍କୁ ତାଙ୍କ ପଦରୁ ହଟାଇ ମୁନିସିପାଲ ପ୍ରଶାସନ ଓ ଏକ୍ସଅଫିସିଓ ଆଡିସିନାଲ ସେକ୍ରେଟାରୀ ଓ ହାଇସିଂ ଓ ଅରବାର ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ କରାଯାଇଛି।

    ସେହିପରି ପ୍ରେମଚନ୍ଦ୍ର ଚୌଧୁରୀ (୨୦୧୦), କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦ୍ଦେଶକଙ୍କୁ ଅତିରିକ୍ତ ଭାବେ ମ୍ୟାନେଜିଂ ଡାଇରେକ୍ଟର ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ କରପୋରେସନ ଲିମିଟେଡ ଓ ଟେକ୍ସଟାଇଲ ଆଣ୍ଡ ହ୍ୟାଣ୍ଡଲୁମର ନିର୍ଦ୍ଦେଶକ କରାଯାଇଛି।ଏନବିଏସ ରାଜପୁର (୧୯୯୯), ରାଜ୍ୟପାଳଙ୍କ ପ୍ରିନସିପାଲ ସେକ୍ରେଟାରୀଙ୍କୁ ଅତିରିକ୍ତଭାବେ ଗଭମେଣ୍ଟ ପବ୍ଲିକ ଏଣ୍ଟିପ୍ରାଇଜେସର ପ୍ରିନସିପାଲ ସେକ୍ରେଟାରୀ କରାଯାଇଛି।ତେମଞ୍ଜୱାପଙ୍ଗ (୨୦୦୦) ଙ୍କୁ ଗଭମେଣ୍ଟ ପ୍ଲାନିଂ ଆଣ୍ଡ କନଭର୍ଜେନ୍ସ ବିଭାଗର ସ୍ପେଶାଲ ସେକ୍ରେଟାରୀ କରାଯାଇଛି।ଭୁପେନ୍ଦ୍ର ସିଂ ପୁନିଆ ୨୦୦୮ ବ୍ୟାଚର ଏହି ଆଇଏଏସଙ୍କୁ ତାଙ୍କ ଆପିଆଇସିଓଏଲର ପରିଚାଳନା ନିର୍ଦ୍ଦେଶକ ପଦ ସହ ଅତିରିକ୍ତଭାବେ ସରକାରର ସ୍ୱତନ୍ତ୍ର ସଚିବ ସହ ଇଣ୍ଡଷ୍ଟ୍ରିଜ ଡିପାର୍ଟମେଣ୍ଟର ସ୍ୱତନ୍ତ୍ର ସଚିବ ତଥା ଆଇକୋର ଏମଡି ରହିଛନ୍ତି। ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ସ୍କିଲ ଡେଭେଲପମେଣ୍ଟ ଆ ଟେକ୍ନିକାଲ ଏଜୁକେଶନ ଡିପାର୍ଟମେଣ୍ଟ କମିଶନର କମ ସେକ୍ରେଟାରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    50 %
    1.6kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ