ଚତୁର୍ଥ ସ୍ଥାନ ହାସଲ କଲେ କୋହଲି; ଷଷ୍ଠ ସ୍ଥାନରେ ରାହୁଲ

ଚତୁର୍ଥ ସ୍ଥାନ ହାସଲ କଲେ କୋହଲି; ଷଷ୍ଠ ସ୍ଥାନରେ ରାହୁଲ
circleofcricket

ଆଇସିସି ପକ୍ଷରୁ ଜାରି ହୋଇଛି ସଦ୍ୟତମ ଟି-୨୦ ମାନ୍ୟତା । ଏହି ମାନ୍ୟତା ମୁତାବକ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ସେହିଭଳି ଭାରତୀୟ ଓପନର କେ.ଏଲ ରାହୁଲ ଏହି ତାଲିକାରେ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ତିନି ଟିକିଆ ଟି-୨୦ ସିରିଜ ଶେଷ ହେବାପରେ ICC T-20 Rankings ଜାରି ହୋଇଛି ।

ଏହି ସିରିଜକୁ ଦକ୍ଷିଣ ଆଫ୍ରିକା ଦଳ ୩-୦ରେ ଜିତି ନେଇଛି । ଦକ୍ଷିଣ ଆଫ୍ରିକାର ୱିକେଟ କିପର କ୍ବିଣ୍ଟନ ଡି'କକ୍ ଟି-୨୦ରେ କ୍ୟାରିଅରର ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ ୬୭୧ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜରେ କ୍ବିଣ୍ଟନ ଡି'କକ୍ ମୋଟ ୧୫୩ କରିଥିଲେ ଏଥିରେ ଗୋଟିଏ ଅର୍ଦ୍ଧ ଶତକ ମଧ୍ୟ ସାମିଲ ରହିଛି । ଇଂଲଣ୍ଡର ଧୂଆଁଦାର ବ୍ୟାଟ୍ସମ୍ୟାନ ଡାବିଡ ମଲାନ ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତା ସର୍ବଶୀର୍ଷରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ ବାବର ଆଜମ ରହିଥିବା ବେଳେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍ ତୃତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ଆଇସିସିର ଟି-୨୦ ବୋଲର ତାଲିକାରେ ଜଣେ ମଧ୍ୟ ଭାରତୀୟ ସାମିଲ ହୋଇ ପାରିନାହାନ୍ତି । ଏହି ତାଲିକର ଶୀର୍ଷରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ବୋଲର ତବରେଜ ସାମଶୀ । ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଆଫଗାନିସ୍ତାନର ରାଶିଦ ଖାନ ରହିଛନ୍ତି ।