ଗର୍ଭାବସ୍ଥା ସମୟରେ ଯାତ୍ରା କରୁଥିଲେ ଧ୍ୟାନ ଦିଅନ୍ତୁ ଏହି ଜିନିଷ ଉପରେ

ଗର୍ଭାବସ୍ଥା ସମୟରେ ଯାତ୍ରା କରୁଥିଲେ ଧ୍ୟାନ ଦିଅନ୍ତୁ ଏହି ଜିନିଷ ଉପରେ

ଗର୍ଭାବସ୍ଥା ସମୟ ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ଘଡି ସନ୍ଧି ମୁହୂର୍ତ ହୋଇଥାଏ । କୁହାଯାଏ ଗର୍ଭବତୀ ମାନେ ସବୁବେଳେ ଖୁସିରେ ରହିବା ଆବଶ୍ୟକ । କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ । ତେଣୁ ସେମାନଙ୍କୁ ଖୁସିରେ ରଖିବା ପାଇଁ ଦୂର ଜାଗାକୁ ନେବାକୁ ପଡିଥାଏ । କିନ୍ତୁ ଏହି ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଯେମିତିକି,

-ଯଦି ଆପଣ ଗର୍ଭବତୀ ଅଛନ୍ତି ଓ କେଉଁଠିକି ଏକୁଟିଆ ବୁଲିବାକୁ ଯାଉଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ । ଯଦି କିଛି ମେଡିସିନ ଖାଉଛନ୍ତି, ତେବେ ଏହାକୁ ଭୁଲନ୍ତୁ ନାହିଁ । ଔଷଧ ସେବନରେ ହେଳା କରନ୍ତୁ ନାହିଁ ।

-ଯଦି ଗର୍ଭଧାରଣକୁ ୪ କିମ୍ବା ୫ ମାସ ହୋଇଥାଏ, ତେବେ ଟ୍ରେନରେ ଯାତ୍ରା କରିବା ସମୟରେ ଶୋଇବା ପାଇଁ ତଳ ସିଟ୍ ରିଜରର୍ଭେଶନ କରନ୍ତୁ । କାରଣ ଏପରି କରିବା ଫଳରେ ଉପରକୁ ଚଢିବାକୁ ପଡି ନ ଥାଏ ।

-ଯେତେବେଳେ ବୁଲିବାକୁ ଯାଉଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ  ଡାଏଟ୍ ଚାଟ ପ୍ରସ୍ତୁତ କରନ୍ତୁ । କେତେବେଳେ କଣ ଖାଇବେ ତାହା ସାଥିରେ ଧରି ଯାଆନ୍ତୁ । ବାହାରର ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

-ଏହି ସମୟରେ ନିଜ ପସନ୍ଦର ଏକ ବହି ପାଖରେ ରଖିଥାନ୍ତୁ । ବିରକ୍ତ ଲାଗିବା ସମୟରେ ପଢିପାରିବେ ।

-ପାଣି ପିଇବା ଉପରେ ଧ୍ୟାନ ରଖନ୍ତୁ ।