ଗୋଆରେ ଟିଏମ୍‌ସିର ଉପାଧ୍ୟକ୍ଷ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେଇରୋ

ଗୋଆରେ ଟିଏମ୍‌ସିର ଉପାଧ୍ୟକ୍ଷ  ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେଇରୋ

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେଇରୋଙ୍କୁ ରାଜ୍ୟରେ ଉପାଧ୍ୟକ୍ଷ ନିଯୁକ୍ତ କରିଛି ଟିଏମ୍‌ସି। ଫଲେଇରୋ ଗତ ମାସରେ କଂଗ୍ରେସରୁ ଇସ୍ତଫା ଦେଇ ଟିଏମ୍‌ସିରେ ମିଶିଥିଲେ। ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି ଅଭିଷେକ ବାନାର୍ଜୀ।

ସେ କହିଛନ୍ତି "ଏଆଇଟିସି(ଅଲ୍‌ ଇଣ୍ଡିଆ ତୃଣମୁଳ କଂଗ୍ରେସ)ର ଚେୟାରପର୍ଶନ ମମତା ବାନାର୍ଜୀ ଜରୁରୀକାଳିନ ଭିତ୍ତିରେ ଲୁଇଜିହ୍ନୋ ଫଲେଇରୋଙ୍କୁ ଗୋଆରେ ଦଳର ଉପାଧ୍ୟକ୍ଷ ନିଯୁକ୍ତି କରିଛନ୍ତି। ଫଲେଇରୋଙ୍କ ୪ ଦଶନ୍ଧିର ରାଜନୈତିକ କାର୍ଯ୍ୟକାଳରେ ସେ ବଡ଼ ଉତ୍ସାହର ସହିତ ଲୋକଙ୍କ ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି। ତେଣୁ ତାଙ୍କର ମାର୍ଗଦର୍ଶିତାରେ ଏଆଇଟିସି ବଡ଼ ସଫଳତା ପାଇବ ଏବଂ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରରୁ ସୁରକ୍ଷା ଦେବା ପାଇଁ ଲଢ଼େଇ ଜାରି ରଖିବ। "

ସୂଚନା ଥାଉକି ଫଲେଇରୋ ନିକଟରେ କଂଗ୍ରେସରୁ ଇସ୍ତଫା ଦେବା ପରେ ସେପ୍ଟେମ୍ବର ୨୯ ତାରିଖରେ ଟିଏମ୍‌ସିରେ ଯୋଗ ଦେଇଥିଲେ। ତେବେ କଂଗ୍ରେସ ଛାଡିବା ପୂର୍ବରୁ ଫଲେଇରୋ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ। ମମତା ଷ୍ଟ୍ରିଟ୍ ଫାଇଟର ଯିଏ ମୋଦିଙ୍କୁ ଟକ୍କର ଦେଇପାରିବ ବୋଲି ଲୁଇଜିହ୍ନୋ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ସବୁ ୪ କଂଗ୍ରେସରେ ମମତା ରହିଛନ୍ତି। ତେଣୁ ମୁଁ କଂଗ୍ରେସ ପରିବାର ରହିବି। ଲୁଇଜିହ୍ନୋ ମମତାଙ୍କୁ ଷ୍ଟ୍ରିଟ୍ ଫାଇଟର ବୋଲି ତୁଳନା କରିବା ସହିତ ସେ କହିଥିଲେ " ଆମକୁ ଜଣେ ଏମିତି ଯୋଦ୍ଧାଙ୍କ ଆବଶ୍ୟକତା ଅଛି ଯିଏ ଗୋଟିଏ ବିଚାର ଧାରା, ନୀତି ଓ ଗୋଟିଏ ସିଦ୍ଧାନ୍ତକୁ ମାନୁଥିବେ। ମୁଁ ଚାହୁଛି ସମସ୍ତ କଂଗ୍ରେସ ପାର୍ଟି ବିଜେପି ବିରୋଧରେ ଲଢ଼ିବାକୁ ଏକଜୁଟ୍ ହୁଅନ୍ତୁ।"