ଭାରତରେ ୧୦୦ କୋଟି ନେଲେଣି ଟିକା

ଭାରତରେ ୧୦୦ କୋଟି ନେଲେଣି ଟିକା

ଟିକାକରଣରେ ଭାରତ ଆଉ ଏକ ଇତିହାସ ସୃଷ୍ଟି କରିଛି। ଭାରତରେ ଟିକାକରଣ ୧୦୦ କୋଟି ଛୁଇଁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ରାମ ମନୋହର ଲୋହିୟାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶବାସୀଙ୍କୁ ଉଦବୋଧନ ଦେବେ।ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବିକେ ପଲ ଭାରତରେ ୧୦୦ କୋଟି ଟିକାକରଣକୁ ନେଇ କହିଛନ୍ତି ଯେ, ଭାରତବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା । ଭାରତ ଟିକାକରଣ ଆରମ୍ଭ ହେବାର ମାତ୍ର ୯ ମାସରେ ଏହି ଉପଲବ୍ଧି ହାସଲ କରିଛି । କୌଣସି ରାଷ୍ଟ୍ରପାଇଁ ୧ ବିଲିୟନ ଡୋଜ୍ ଉଲ୍ଲେଖନୀୟ ଅଟେ ।ଏହି ଅବସରରେ ଲାଲକିଲ୍ଲାରେ ସବୁଠାରୁ ବଡ ତ୍ରିରଙ୍ଗା ଉଡିବ । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡେଭ୍ୟ ଥିମ୍ ସଙ୍ଗ୍ ଲଞ୍ଚ୍ କରିବେ । ରେଳଷ୍ଟେସନ ସହ ମେଟ୍ରୋ ଷ୍ଟେସନ ଭଳି ସାର୍ବାଜନୈକ ସ୍ଥାନରେ ଏନେଇ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, କରୋନା ଗାଇଡଲାଇନ ଜନତା ଠିକ୍ ଭାବେ ପାଳନ କରିଛନ୍ତି । ଜନତାଙ୍କ ଇଚ୍ଛାଶକ୍ତି, ଆତ୍ମଶକ୍ତି ଓ ବିଶ୍ୱାସ କାରଣରୁ ଦେଶରେ ୧୦୦ କୋଟି ଟିକାକରଣ ହୋଇପାରିଛି ।ଖବର ଅନୁଯାୟୀ, ଭାରତରେ ୭୪.୯ ପ୍ରତିଶତ ପ୍ରାପ୍ତ ବୟସ୍କ ଅତିକମରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି । ସେହିପରି ୩୦.୯ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି ।